-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଲରମ୍ଭI ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ତଥା ସୋନପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ପଂଚାୟତ ଭାଟବାହାଲି ଗ୍ରାମ ମୂଳ ନିବାସୀ ସମ୍ବଲପୁର ଏନ.ଗୁହା ଲେନ ବାସିନ୍ଦା ବସନ୍ତ ପ୍ରଧାନ (୫୫) ଙ୍କ ରବିବାର ବୁର୍ଲା ଭିମସାର କୋଭିଡ ହସ୍ପିଟାଲ ରେ ପରଲୋକ ହୋଇଛି I ଆଜି ସ୍ଥାନୀୟ ରାଜଘାଟ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି I ଦୀର୍ଘ ୫ ମାସ ହେବ ସେ ସ୍ନାୟୁ ଯୁକ୍ତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ I ସ୍ୱର୍ଗତ ବସନ୍ତ ପ୍ରଧାନ ତାଙ୍କ ଅନ୍ତେ ସ୍ତ୍ରୀ ହୀରା ମଞ୍ଜରୀ ପ୍ରଧାନ, ଝିଅ ସ୍ନେହା ପ୍ରଧାନ ଏବଂ ପୁତ୍ର ସୌରଭ ପ୍ରଧାନ ଙ୍କୁ ଛାଡି ଯାଇଛନ୍ତି I ସ୍ୱର୍ଗତ ପ୍ରଧାନ ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ ପାଇଛି I କୁଲତା ସମାଜ ସମ୍ବଲପୁର ପକ୍ଷରୁ ସଭାପତି ଯଶୋବନ୍ତି ନାୟକ ଏବଂ ସାଧାରଣ ସମ୍ପାଦକ ଦେବତ୍ତମ ପ୍ରଧାନ ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମା ର ସଦଗତି କାମନା କରିଛନ୍ତି I