-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା): ବାଘ ଶୂନ୍ୟ ନୟାଗଡ଼ ଜିଲ୍ଲାରେ ଏବେ ବାଘ ଭୟରେ ଲୋକେ ଜଙ୍ଗଲକୁ ଯିବା ପାଇଁ ପଛଘୁଞ୍ଚା ଦେଉଥିବା ଖବର ଦୃଷ୍ଟିଗୋଚର ହୋଇଛି | ନୂଆଗାଁ ବ୍ଳକ ର ବାହାଡାଝୋଲା ଏବଂ ଗୁମୀ ଫୋରେଷ୍ଟର ଙ୍କ ସୂଚନା ମୁତାବକ ଗାଁ ଲୋକେ ଜଙ୍ଗଲକୁ ଖଜୁରୀ ପାତି କାଟିବାକୁ ଯାଇଥିବା ବେଳେ ଏକ କଲରା ପତରିଆ ବାଘ ଦେଖିଥିବା କଥା ଶୁଣିବାକୁ ମିଳିଛି କିନ୍ତୁ ଏହାର ସତ୍ୟତା ଜଙ୍ଗଲ ବିଭାଗୀୟ ତଦନ୍ତ ପରେ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି | ବାହାଡାଝୋଲା ଫରେଷ୍ଟର ସରିତା ବରାଳ ଏବଂ ଗୁମୀ ଫରେଷ୍ଟର କାଳନ୍ଦୀ ରାଉତ କହିଛନ୍ତି ଜନଗୁଜବ କୁ ନେଇ ସେ ବିନା ପ୍ରମାଣ ରେ କୌଣସି ତଥ୍ୟ ଦେଇ ପାରିବେ ନାହିଁ | ତଥାପି ଲୋକଙ୍କ ଭୟ ଦୂର କରିବାପାଇଁ ଉଭୟ ବନପାଳ ତଦନ୍ତ ଆରମ୍ଭ କରିଥିବା କଥା କହିଛନ୍ତି | ଜନସାଧାରଣଙ୍କ ସୂଚନା ମୁତାବକ ଘଡେଇ ବନ୍ଧ ଏବଂ ଲୋହାର ଖଣି ଗାଁ ର କିଛି ମହିଳା ଏବଂ ପୁରୁଷ ଖଜୁରୀ ପାତି କାଟିବାକୁ ଯାଇଥିବା ବେଳେ ଏକ କଲରା ପତରିଆ ବାଘ ଦେଖି ଆସି ଗାଁ ଲୋକଙ୍କୁ କହିବା ପରେ କାପ୍ତlପଲି ଏବଂ ବାହାଡାଝୋଲା ପଞ୍ଚାୟତ ବାସୀଙ୍କ ମନରେ ଘାରିଛି ବାଘ ଭୟ | ଜଙ୍ଗଲକୁ ବାଘ ଆସିଥିବା କଥା ପ୍ରଚାରିତ ହେବାପରେ ଅଞ୍ଚଳ ରେ କୋକୁଆ ଭୟ ଖେଳି ଯାଇଛି | ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି କି ଜଙ୍ଗଲ କୁ ବାଘ ଆସି ଥିବା କଥା ସଠିକ ପ୍ରମାଣ ନମିଳିଥିଲେ ମଧ୍ୟ ଏହାକୁ ଗୁଜବ ର ଆଖ୍ୟା ଦିଆନଯାଉ | ଉଭୟ ବନପାଳଙ୍କ ନିର୍ଦେଶ ରେ ବର୍ତମାନ ବାଘ ଖୋଜା ମିଶନ ଆରମ୍ଭ ହୋଇଥିବା ସୂଚନା ମିଳିଛି |