-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ବରୀ ରାମଚନ୍ଦ୍ରପୁର ଥାନା ରେ କାର୍ଯ୍ୟରତ ଥିବା ଥାନା ଅଧିକାରୀଣି ସୁମତି କୁମାରୀ ମହାନ୍ତିଙ୍କ ଅନ୍ୟତ୍ର ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ଭାବେ ଜ୍ୟୋତିର୍ମୟୀ ସେଠି ଯୋଗଦାନ କରିଛନ୍ତି। ବରୀ ରାମଚନ୍ଦ୍ରପୁର ଥାନାରେ ଯୋଗ ଦେବା ପରେ କଲେଜ ଛାତ୍ରୀ ମାନଙ୍କୁ ରାସ୍ତା ଉପରେ ଦୁର୍ବୁତ୍ତ ମାନେ ଆକ୍ରମଣ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହାକୁ ଗୁରୁତ୍ୱ ଦେଇ ଦୁଇଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ତାଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଛି। ଆଗାମୀ ଦିନରେ ବରୀ ଥାନା ଅଧିନରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଲୋଡ଼ିବି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
(ରଞ୍ଜିତ ମହାନ୍ତି)