-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||     

HOME   ବିଶେଷ

ଓଡ଼ିଆ ଭାଷା ଆଇନ୍‌କୁ ଭୁଲି ଗଲେ ସରକାର, ଅଢ଼େଇ ବର୍ଷର ପରେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ

11-Jan-2021



(ପ୍ରେରଣା ଖବର ବ୍ୟୁରୋ): ଆଇନ ଆସୁଛି, କାର୍ଯ୍ୟକାରୀ ହେଉନି । ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରି ଆଇନ ଆଣିଲେ । ସରକାରୀ ଓ ବେସରକାରୀ ସବୁକ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆଇନରେ ବ୍ୟବସ୍ଥା ହେଲା । ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କଲେ ପୁରସ୍କାର, ନିରୁତ୍ସାହିତ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଲା । ଅଢ଼େଇ ବର୍ଷ ପରେ କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ସରକାରଙ୍କର ଆନ୍ତରିକତା ନାହିଁ କି ନିଷ୍ଠା ମଧ୍ୟ ନାହିଁ । ସରକାରୀ ନଥିପତ୍ରରୁ ରାସ୍ତାଘାଟର ସାଇନ୍‌ବୋର୍ଡ ଯାଏ ସବୁଠି ଓଡ଼ିଆ ଭାଷା ଅବହେଳା ଓ ଅଣଦେଖାର ଶିକାର । ଆମ ରାଜ୍ୟରେ ଆମ ଭାଷାର ଭାଗ୍ୟ ପଥର ତଳେ । ସରକାର କିନ୍ତୁ ପୂରା କୁମ୍ଭକର୍ଣ୍ଣ ନିଦ୍ରାରେ । ଆଇନ କରିଦେଇ ସରକାର ନିଘୋଡ଼ ନିଦରେ ଘୁଙ୍ଗୁ୍‌ଡ଼ି ମାରୁଛନ୍ତି । ଆଇନ କାର୍ଯ୍ୟକାରୀ ହେଲେ କେତେ, ନହେଲେ କେତେ । ସରକାରଙ୍କର କ’ଣ ଯାଇଛି ଯେ  ???
ଓଡ଼ିଆ ଭାଷାରେ ସରକାରୀ ନଥିପତ୍ର କାମ ନକଲେ ଦଣ୍ଡବିଧାନ ହେବ । ଦୋକାନ ବଜାର ସହ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ମଧ୍ୟ ଓଡ଼ିଆରେ ନଲେଖିଲେ ଦଣ୍ଡ ମିଳିବ । ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରିବେ ସେମାନଙ୍କୁ ପ୍ରୋତ୍ସାହନ ମିଳିବ । ଏ ସଂକ୍ରାନ୍ତରେ ଦୁଇଟି ବିଲ୍‌ ବିଧାନସଭାରେ ପାରିତ ହୋଇ ଆଇନରେ ପରିଣତ ହେଲା । ମାତ୍ର ଆଇନ କେମିତି କାର୍ଯ୍ୟକାରୀ ହେବ କାହାର ଚିନ୍ତା ନାହିଁ । ଶୀତଳଭଣ୍ଡାରରେ ଏ ଆଇନ ସଢୁଛି । ଓଡ଼ିଆ ଭାଷାରେ ସରକାରୀ କାମ ବାଧ୍ୟତାମୂଳକ ଭାବେ କରିବାକୁ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ ହୋଇଛି!!ସରକାର ୧୯୫୪ ଭାଷା ଆଇନ ଧାରା ୪ ପରେ ନୂଆ ଧାରା ଯୋଡ଼ିଛନ୍ତି । ଏ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ସରକାରୀ ଭାଷା ଓଡ଼ିଆରେ ବ୍ୟାପକ ବ୍ୟବହାର ପାଇଁ ସରକାରୀ କର୍ମଚାରୀ ବା ବିଭାଗଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଖିଲାପ କରୁଥିବା କର୍ମଚାରୀ ଓ ବିଭାଗକୁ ଦଣ୍ଡବିଧାନ କରାଯିବ । ଆମ ରାଜ୍ୟରେ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ମଧ୍ୟ ଓଡ଼ିଆରେ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସରକାର ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନୟମ ୧୯୫୬ରେ ସଂଶୋଧନ କରିଛନ୍ତି । ଏହି ସଂଶୋଧିତ ଆଇନ ଅନୁସାରେ, ପ୍ରତିଷ୍ଠାନ ସମ୍ମୁଖରେ ଥିବା ନାମଫଳକରେ ପ୍ରତିଷ୍ଠାନର ନାମ ଅନ୍ୟ କୌଣସି ଭାଷାରେ ଲେଖାଯିବାରେ ଆପତ୍ତି ନାହିଁ, କିନ୍ତୁ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ଲେଖାଯିବା ବାଧ୍ୟତାମୂଳକ!! ସରକାରଙ୍କ ଏ ଆଇନ କିନ୍ତୁ ସେଇମିତି ଫରୁଆ ଭିତରେ ରହିଛି । ଏ ଆଇନ ଆଣିଲା ବେଳେ ସରକାର ବେଶ ଆବେଗର ସହ କହିଲେ, ଓଡ଼ିଆ ଭାଷାକୁ ସମୃଦ୍ଧ କରିବୁ । ସରକାରୀ କାର୍ଯ୍ୟ ଓ ପ୍ରଶାସନରେ ଭାଷାର ପ୍ରସାର ବୃଦ୍ଧି ସହ ଭାଷା ସାହିତ୍ୟର ବିକାଶ ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟସ୍ତରରେ ପ୍ରଶାସନିକ କାମ ଓଡ଼ିଆ ଭାଷାରେ କରାଯିବ । ସରକାରୀ ଚିଠିପତ୍ର ସହ ଆପତ୍ତି ଅଭିଯୋଗର ପତ୍ରାଳାପ ମଧ୍ୟ ଓଡ଼ିଆରେ ହେବ । ବିଡ଼ମ୍ବନା ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ପ୍ରାୟ ସମସ୍ତ ଚିଠି ଏବେବି ଇଂରାଜୀ ଭାଷାରେ ହେଉଛି । ବିଧାନସଭାରେ ଅନେକ ବିଭାଗର ସ୍ଥାୟୀ କମିଟିର ରିପୋର୍ଟ ଇଂରାଜୀ ଭାଷାରେ ଉପସ୍ଥାପିତ ହେଉଛି । ବହୁ ବିଚାର ବିଭାଗୀୟ ରିପୋର୍ଟ, ବିଭାଗୀୟ ଖର୍ଚ୍ଚଦାବି, କମିଶନ ରିପୋର୍ଟ, ଅଧ୍ୟାଦେଶ ଆଦି ଓଡିଆ ଭାଷାରେ ଉପସ୍ଥାପିତ ହେଉନାହି । ଯେଉଁ ବିଧାନସଭାରେ ଏ ନୂଆ ଆଇନ ହେଲା, ସେଇ ସଚିବାଳୟ ମଧ୍ୟ ଏ ଆଇନକ୍‌ୁ କାର୍ଯ୍ୟକାରୀ କରିବାକୁ କୁନ୍ଥକୁନ୍ଥ!

   ଉଲ୍ଲେଖଯୋଗ୍ୟ, ୨୦୧୭ ବିଜେଡି ପ୍ରତିଷ୍ଠା ଦିବସରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା, ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଏବଂ ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦକୁ ପ୍ରୋାତ୍ସାହିତ କରାଯିବ । ଓଡ଼ିଆ ଭାଷା, ସାହିତ୍ୟକୁ ଅବିସ୍ମରଣୀୟ କରିବାକୁ ପୁରସ୍କାର ପ୍ରଦାନ କରାଯିବ । ଐତିହାସିକ ଗବେଷଣା, ଶିଶୁ ସାହିତ୍ୟ, ବିଜ୍ଞାନ ପୁସ୍ତକ, ଓଡ଼ିଆ ୱେବସାଇଟ୍‌, ଓଡ଼ିଆ ବ୍ଲଗ୍‌ ଲିଖନ ଆଦିକୁ ପ୍ରୋତ୍ସାହନ ଦେବାକୁ ପୁରସ୍କାର ଦିଆଯିବ । ଓଡ଼ିଆ ସଫ୍ଟୱେୟାର ପ୍ରସ୍ତୁତିରେ ଉତ୍କର୍ଷ ହାସଲ ପାଇଁ ବ୍ୟକ୍ତି ତଥା ଅନୁଷ୍ଠାନମାନଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ!!


News Comment




Photo in News

Advertisment
Lastest News
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026

You Might Also Like