-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2024
ସୋନପୁର ମନୋରଞ୍ଜନ ତ୍ରିପାଠୀ )
ଆସନ୍ତା ୨୯ ତାରିଖ ରବିବାର ଦିନ ସୋନପୁର ଭୀମ ଭୋଇ କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ସଂଗୀତ ଜଗତ ର ବାଦଶାହା ସ୍ୱର୍ଗତ ଫକୀର ପଟ୍ଟନାୟକ ଙ୍କ ସ୍ମୁତି ରେ ସଂଗୀତ ନୃତ୍ୟ କାର୍ଯ୍ଯ କ୍ରମ ଅନୁଷ୍ଟିତ ହେବ l ସୋନପୁର ପୁରୁଣା ଟାଉନ ହଲ ଠାରେ ଆୟୋଜିତ ଏହି ଉତ୍ସବ ରେ ଓଡ଼ିଶା ର ବହୁ ନେତା, ପ୍ରଶାସକ ଓ କଳାକାର ଯୋଗ ଦେବାକୁ ଥିବା ବେଳେ ସୋନପୁର ମାଟିର ୩୦ ଜଣ ସୁଯୋଗ୍ୟ ସନ୍ତାନ ଙ୍କୁ ଗୌରବ ମୟ ସମ୍ମାନ ରେ ସମ୍ମାନିତ କରାଯିବ ବୋଲି ଶ୍ରୀ କଳା ପରିଷଦ ସଂପାଦକ ତଥା ସ୍ମୃତି କମିଟି ର କୋଡ଼ି ନେଟର ଉମେଶ କୁମ୍ଭାର ମିଡିଆ ଙ୍କୁ ପ୍ରକାଶ କରିଛନ୍ତି l ସ୍ୱର୍ଗତ ପଟ୍ଟନାୟକ ଙ୍କ ହେ କାଲିଆ ଫୁଲ ମାଲିଆ କିଛି ନାଇଁ ମାଗେ ତୋତେ, ଆଗରେ ବଲିଆ ହୋ ଭାଈ ପଛରେ କାଲିଆ କୁଲେ ଲଗାଇଲା ଚଲିଆ, ଛୁଇଁ ଦେଲେ ଛଇଲି କେ କଦମ ଫୁଲ ଫୁଟେ...., ଲିଟି ଉଡେ ଫୁରୁ ଫୁରୁ ରେ ମୋର ନାମ ଟେକାରୁ, ଏ ନନି ସୂଲୋଚନା ତୋର ଚେହେରା ସୁହଲ ଅନା, ସରଗ ସହିନି ମା ଗୋ ତୁଇ ଗରଭ ଧାରିନୀ ମା, ଭଳି ଶହ ଶହ ସଂଗୀତ ଆଜିବି ଶ୍ରୋତା ଙ୍କୁ ବିମୁଗ୍ଧ କରୁଛି l ସ୍ମୃତି କମିଟି ର ଉପଦେଷ୍ଟା ପରେଶ୍ ମେହେର, ଶଙ୍କର ମେହେର, ଗୁପ୍ତ ପ୍ରକାଶ ମିଶ୍ର, ଶତ୍ରୁଘ୍ନ ଲୁହା, ପ୍ରତ୍ୟୁଷ ମେହେର, ଆଶିଷ ବାରିକ୍, ମନୋଜ୍ କୁମ୍ଭାର, ଜଗନ୍ନାଥ ଧରୁଆ ପ୍ରମୁଖ ଙ୍କ ତତ୍ଵା ବଧlନରେ ଏହି ଉତ୍ସବ ଅୟୋଜନ କରଯାଉଥିବା ସୂଚନା ମିଳିଛି l