-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
27-Dec-2024
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କଂଗ୍ରେସ ଭବନ ସଭାଗୃହ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି, ସେ ୯୨ ବର୍ଷ ବୟସରେ ଗୁରୁବାର ଦିନ ଇହଧାମ ତ୍ୟାଗ କଲେ l ଡ଼ଃ ସିଂହ ପୂର୍ବରୁ ରିଜର୍ଭ ବ୍ୟାଙ୍କ ର ଗଭର୍ଣ୍ଣର ରୂପେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ।ସେ ଦୁଇଥର ଭାରତରେ କଂଗ୍ରେସ ଦଳ ରୁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ବିୟୋଗରେ କୁଚିଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବଂ ସେହି ପରିପ୍ରେକ୍ଷୀରେ ତାଙ୍କର ମହାନ ଆତ୍ମା ର ସଦ୍ ଗତି ନିମନ୍ତେ ଆଜି କୁଚିଣ୍ଡା କଂଗ୍ରେସ କମିଟିର କର୍ମୀ ଏବଂ କୁଚିଣ୍ଡାର ଜନସାଧାରଣଙ୍କୁ ନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ସେଥିରେ ଅଖିଲ ପ୍ରତାପ ସିଂ,ଟୁଲୁ ଶର୍ମା,କେଦାରନାଥ ବରିହା,ଶରତ ଚନ୍ଦ୍ର ଗୈାନ୍ତିଆ, ଆରତୀ ନାୟକ,ଆଶିଷ ପ୍ରତାପ ସିଂହ,ସତ୍ୟମ୍ ଭୁୟାଁ ତଥା କୁଚିଣ୍ଡା ର ଜନସାଧାରଣ ଙ୍କୁ ନେଇ ଶୋକସଭା ଅନୁଷ୍ଠିତ ହୋଇଥିଲା।
(ସମ୍ବଲପୁର କୁଚିଣ୍ଡାରୁ ସିଲୁ ସୁନାନୀ ଙ୍କ ରିପୋର୍ଟ)