-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଚାଷୀଙ୍କ ଦୁଃଖ ଏଠି ବୁଝିବ କିଏ କଟନି ଛଟନୀରେ ହନ୍ତସନ୍ତ ହେଉଛି ସିଏ

27-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଚାଷୀର ଦୁଃଖ ବୁଝିବା ପାଇଁ ନାଁ ସରକାର ଅଛି ନାଁ ପ୍ରଶାସନ ଅଛି। ଚଳିତ ବର୍ଷ ନୂତନ ସରକାର କେତେ ଯେ ପ୍ରତିଶୃତି ଦେଇଥିଲେ ତାହାର ଠିକ ଠିକଣା ନାହିଁ। ଚାଷୀଙ୍କ ସମସ୍ତ ଧାନ ୩୧ ଶହ ଟଙ୍କା ବିନିମୟରେ ଏକ କ୍ୟୁଣ୍ଟାଲ ଧାନ କିଣାଯିବ ତାହା ପୂଣି କଟନୀ ଏବଂ ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା କରି ବୋଲି ଡିମଡିମ ପିଟିଥିବା ବେଳେ  ଅନାଳାଇଜର ମେସିନ ଆଣି  ଚାଷୀଙ୍କୁ ପ୍ରଥମେ କ୍ୱାଲିଟି ନାଁ ରେ ଯେମିତି ଭୟଭୀତ କରିବା ଆରମ୍ଭ କଲେ ଜଣା ପଡିଲା ଯେ ଗତ ସରକାରଙ୍କ ଠାରୁ ଏହି ସରକାର ଆହୁରୀ କଟନୀ ଛଟନି ଚାହୁଁଛନ୍ତି। ସେଥିପାଇଁ କୃଷକ ସଂଗଠନ ମାନେ ଅନାଳାଇଜର ମେସିନକୁ ତୀବ୍ର ବିରୋଧ କରିବାରୁ ଏବେ ଅନ୍ୟ ପନ୍ଥା ଅବଲମ୍ବନ କରିଛନ୍ତି। ଯେଉଁ ଧାନ ମଣ୍ଡିରେ ପ୍ରକୃତ ଚାଷୀ ସଫା ଶୁଖିଲା ଧାନ ଆଣୁଛି ସେଠାରେ ଧାନ କିଣା ସ୍ୱାଭାବିକ ନ ହୋଇ ମନ୍ଥର ଗତିରେ ଧାନ ଉଠୁଛି ଫଳରେ ଚାଷୀ ମାନେ ହଇରାଣ ଦୃଷ୍ଟିରୁ ଏବଂ ଟଙ୍କାର ଆବଶ୍ୟକତା କାରଣରୁ ମଧ୍ୟସ୍ଥି ଜରିଆରେ ୨/୩ କିଲୋ ଧାନ କାଟି ବିକ୍ରି କରିଦେଉଛନ୍ତି। ତାହା ଜିଲ୍ଲା ପ୍ରଶାସନ ଜାଣତରେ। ଏହି ବ୍ୟବସ୍ଥା ଚାଲିଛି ଦରକାର ପଡିଲେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ମିଲର ସହିତ କଥାବାର୍ତ୍ତା କରି ଧାନ ବିକ୍ରି କରିବା ପାଇଁ ଚାଷୀଙ୍କୁ ନିରୁତ୍ସାହିତ କରୁଛନ୍ତି।  ସେଥିପାଇଁ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ ବ୍ଲକ ପ୍ରତିନିଧି ମାନଙ୍କ ଜରିଆରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ପ୍ରକାଶ ଥାଉକି ବର୍ତ୍ତମାନ ସୁଦ୍ଧା ୭୨ ହଜାର ଚାଷୀଙ୍କ ଠାରୁ ୩୪ ଲକ୍ଷ କ୍ୟୁଣ୍ଟାଲ ଧାନ ବରଗଡ଼ ଜିଲ୍ଲାରୁ କିଣା ଯାଇଛି ଏବଂ ଖୋଲା ଆକାଶ ତଳେ ପାଖାପାଖି ୬ ଲକ୍ଷ ପକେଟ ଧାନ ମଣ୍ଡିରେ ପଡିଛି। କିନ୍ତୁ ଆଶ୍ଚର୍ଯ୍ୟ କଥା ଏହିକି ଯେ ବରପାଲି ର କୁମ୍ଭାରୀ, ତୁଳଣ୍ଡି, ଆଗଲପୁର ଅମ୍ବାଭୋନା ର ବରା ଏବଂ ଭେଡେନ ବ୍ଲକ ର କୁବେଡେଗା, ସହରାଟିକ୍ରା, ତେନ୍ତୁଳିଟିକ୍ରା, ଭେଡେନ ଆଦି ମଣ୍ଡିରେ ସର୍ବାଧିକ ଧାନ ପଡ଼ିରହିଛି। ଏହି ମଣ୍ଡି ମାନଙ୍କରେ ଚାଷୀମାନେ ସଂଗଠିତ ହୋଇ ଭଲ ଧାନ ଆଣି ବିକ୍ରି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସେଥିପାଇଁ ଆଜି ଏହି ସବୁ ମଣ୍ଡିରୁ ପ୍ରତିନିଧି ମୂଳକ ଭାବେ ଆସି ଆନ୍ଦୋଳନରେ ଯୋଗ ଦେଇ ଧାରଣାରେ ବସିଥିଲେ। ପରେ ଏ.ଡି.ଏମ ମଧୁସ୍ମିତା ଛନ୍ଦ, ସି.ଏସ.ଓ ରାଜକିଶୋର ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଅଧିକାର ମାନେ ସଂଗଠନ ସହିତ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ସଂଗଠନ ତାହାର ଜିଦରେ ଅଟଳ। ଯଦି ରବିବାର ସନ୍ଧ୍ୟା ସୁଦ୍ଧା ମଣ୍ଡି ମାନଙ୍କର ସମସ୍ତ ଧାନ କିଣା ନ ଯାଉଛି ତାହାହେଲେ ସୋମବାର ଦିନ ଜିଲ୍ଲାପାଳ ଅଫିସରେ ଧାନ ପକାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଆଲୋଚନାରେ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଜୟ ପ୍ରକାଶ ବେହେରା, ଭୁବନେଶ୍ୱର ଖମାରୀ, ବନବାସ ସାହୁ, କ୍ଷୀରୋଦ୍ର ସାହୁ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବିକାଶ ଭୋଇ, ନବୀନ ଭୋଇ, ପ୍ରହଲ୍ଲାଦ ଭୋଇ, ପ୍ରଦୀପ ଭୋଇ, ଗୌର ଭୋଇ, ନନ୍ଦିଘୋଷ ମିଶ୍ର, ରାଜେନ୍ଦ୍ର ଦେହେରୀ, ଘନ ପଧାନ, ହାରଧାନ ସାହୁ ଏବଂ ଉଲ୍ଲାସ ସାହୁ ଅଂଶ ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like