-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
27-Dec-2024
ଆଜି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ରାତାଖଣ୍ଡି ପଂଚାୟତର ଅନେକ ବରିଷ୍ଠ ନାଗରିକମାନଙ୍କୁ ପଶ୍ଚିମ ଓଡିଶା ମହିଳା ସଂଗଠନ, ବଲାଙ୍ଗୀର ପକ୍ଷରୁ ସଭାପତି ସବିତା ନନ୍ଦଙ୍କ ସହଯୋଗରେ ସୀମାରାଣୀ ଗଡ଼ତ୍ୟା ଓ ସୀମନ୍ତିନି କଲାସାଏଙ୍କ ଉପସ୍ଥିତିରେ ୧୫ଜଣ ବରିଷ୍ଠ ନାଗରିକଙ୍କୁ ହ୍ଵିଲ ଚ୍ୟାର, ଆଶା ବାଡ଼ି, ଅଣ୍ଟା ବେଲ୍ଟ, ଆଣ୍ଠୁ ବେଲ୍ଟ ଓ ରୁଲର ବଣ୍ଟନ କରାଯାଇଥିଲା l
ଏପରି ସାହାଯ୍ୟ ସହଯୋଗ କରିବାରେ ବଲାଙ୍ଗୀର ଜିଲ୍ଲାର ମହିଳା ସଂଗଠନ ଆଜିକୁ ୨୫ ଥର ଅନେକ ଗ୍ରାମାଞ୍ଚଳର ଅଭାବ ଅସୁବିଧାରେ ଥିବା ବରିଷ୍ଠ ନାଗରିକ ଓ ବିକଳାଙ୍ଗ ସହିତ କୁଷ୍ଠ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇ ଆସୁଛନ୍ତି l ତେଣୁକରି ବଲାଙ୍ଗୀର ଜିଲ୍ଲାର ଅନେକ ସ୍ବେଛାସେବୀ ସଂଗଠନ ମାନଙ୍କ ମଧ୍ୟରେ ଏକ ସହାୟକ ସଂଗଠନ ବୋଲି ଜିଲ୍ଲାରେ ଅନେକ ଲୋକ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି l ଆଗାମୀ ଦିନରେ ଆଉ କେହି ବ୍ୟକ୍ତି ଏପରି ଅସୁବିଧାରେ ନ ରହନ୍ତୁ ବୋଲି ସଂଗଠନର ସଭାପତି ସଦା ସର୍ବଦା ଚେଷ୍ଟିତ ଅଛନ୍ତି l