-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
27-Dec-2024
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ଯାତ୍ରା ଦେଖିବା ହେଲା କାଳ I ସଡ଼କ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର I ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମୀରା ଗାଁରୁ ବିଳମ୍ୱିତ ରାତିରେ ଯାତ୍ରା ଦେଖି ଡୁଙ୍ଗୁରିପାଲି ଥାନା ବହୁବସା ଗାଁକୁ ଫେରୁଥିବା ବେଳେ ରାମପୁର ଗାଁ ନିକଟରେ ଗଛରେ ପିଟିହୋଇ ବାଇକ ଆରୋହୀ କୃଷ୍ଣ ତାଣ୍ଡି ଓ ନରେଶ ବାରିକ ଦୁର୍ଘଟଣାର ଶିକାର ହୋଇଥିଲେ I ହେଲେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ବିନିକା ମେଡିକାଲରେ କୃଷ୍ଣ ତାଣ୍ଡିଙ୍କ ମୃତ୍ୟୁ ହୋଇଥିବା ବେଳେ ନରେଶକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି I ଖବର ପାଇ ମେଡ଼ିକାଲକୁ ବିନିକା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି I