-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସରଧାପାଲି ଗ୍ରାମରେ ଓସାକା ହାଇଦ୍ରାବାଦ ର ଡାଲଖାଇ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ

26-Dec-2024



ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀ ଙ୍କ ଅଗ୍ରଣୀ ଅନୁଷ୍ଠାନ 'ଓସାକା' ତରଫରୁ "କୋଶଳାଞ୍ଚଳ ଡାଲଖାଇ ପୁରସ୍କାର ଉତ୍ସବ ୨୦୨୪" ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ଗ୍ରାମ ପଂଚାୟତ ସ୍ଥିତ ସରଧାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡିଶା ର ଗ୍ରାମାଞ୍ଚଳ ର ହଜିଯାଇଥିବା ପ୍ରାଚୀନ ପରମ୍ପରା ଡାଲଖାଇ କୁ ବଂଚେଇବା ପ୍ରୟାସ ସହ ଗ୍ରାମାଞ୍ଚଳ ର କଳାକାର କୁ ପ୍ରୋତ୍ସାହନ ପାଇଁ ଓସାକା ହାଇଦ୍ରାବାଦ ଡାଲଖାଇ ପୁରସ୍କାର ୨୦୨୩ ଠାରୁ

ଆୟୋଜନ କରି ଆସୁଛି। ଏହି ବର୍ଷ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଗୁରୁ ଶ୍ରୀ ଡ଼କ୍ଟର ଘାସିରାମ ମିଶ୍ର ଡାଲଖାଇ ର ମୌଳିକତା ବଜାୟ ରଖିବାକୁ କଳାକାରମାନେ ଚେଷ୍ଟିତ ହେବାକୁ ଅନୁରୋଧ କରିବାସହ ଗବେଷଣା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ ଲୋକ କଳାକାର କୁ ଉତ୍ସାହ ପ୍ରଦାନ ତଥା ଗ୍ରାମାଞ୍ଚଳ ରେ ଆୟୋଜିତ ଓସାକା ର ଏହି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରସଂଶା କରିବା ସହ ଡାଲଖାଇ ଉପରେ ଏକାଡେମୀକ ଆଲୋଚନା ଏବଂ କର୍ମଶାଳା ଆୟୋଜନ ପାଇଁ ଅନୁରୋଧ କରିଥିଲେ।  ଏହି ଅବସରରେ ଓସାକା ତରଫରୁ ପ୍ରସିଦ୍ଧ ଡାଲଖାଇ କଳାକାର ବେଟିଖାଇ ବରିହା ଙ୍କୁ "କୋଶଲ ଡାଲଖାଇ ଦେବୀ" ଉପାଧି ରେ ସମ୍ମାନିତ କରାଯାଇଥିଲା। ଏହି ବର୍ଷ ଡାଲଖାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା ଗଣ୍ଡପାଲି ଜୟ ମା ସମଲେଇ ପୁରୁଣା ଡାଲଖାଇ ପାର୍ଟି,   ଦ୍ୱିତୀୟ ସ୍ଥାନ ପାଇଥିବା  ସରଧାପାଲି ର ଜୟ ମା ଦୁର୍ଗାଦେବୀ ଡାଲଖାଇ ପାର୍ଟି ଏବଂ ଯୁଗ୍ମ ଭାବେ ତୃତୀୟ ସ୍ଥାନ ପାଇଥିବା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଡ଼ୁମେରବାହାଲ ଗ୍ରାମର ଡାଲଖାଇ ଦଳ ଓ ଗଣ୍ଡପାଲି ର ଛେଲିଆପାଟ ଡାଲଖାଇ ଦଳ ଙ୍କୁ ନଗଦ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା।  ଏହି ଅବସରରେ ବରିଷ୍ଠ ଧୁନକେଲ ବାଦକ କଳାକାର ପଦ୍ମନାଭ ବାଗ, ଢୁଳିଆ ବଳରାମ ସୁନା, ନୃତ୍ୟଗୁରୁ ଧନୁ ସାହୁ, ଡାଲଖାଇ କଳାକାର ଦୁଲଣା ବାଗ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।  ନିମନ୍ତ୍ରିତ ଅତିଥି ଆଗଲପୁର ବ୍ଲକ ଉପାଧ୍ୟକ୍ଷ୍ୟା ନିରୁପମା ପଧାନ, ନୁନିଆପାଲି ଗ୍ରାମପଞ୍ଚାୟତ ର ସରପଞ୍ଚ ପୁଷ୍ପାଞ୍ଜଳି ସାହୁ, ସମିତି ସଭ୍ୟା ବିଳାସିନୀ ଭୋଇ, ଭରସୁଜା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରମିଳା ସାହୁ, ଝାରନୀପାଳୀ ଗ୍ରାମପଞ୍ଚାୟତ ର ସରପଞ୍ଚ ସୁନିତା ସାହୁ,  ସମିତି ସଭ୍ୟ ନରେଶ କୁମାର ସାହୁ, ସମାଜସେବୀ ରାଜୀବ ଭୋଇ, କୋଶଲ ସଂଗ୍ରାମୀ ସୂର୍ଯ୍ୟ ସ୍ୱାଇଁ ଏବଂ ସଂସ୍କୃତି ଗବେଷକ ଭରତ ନାଗ କୋଶଳାଞ୍ଚଳର ଡାଲଖାଇ ର ଉନ୍ନତି ପାଇଁ ନିଜ ନିଜ ମତାମତ ରଖିବା ସହ ଆଗାମୀ ଦିନରେ ସବୁପ୍ରକାର ସହଯୋଗ କରିବାକୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳର ଜୀବନ ଜୀବିକା ଆଧାରିତ ପ୍ରଦର୍ଶନୀ ସହ ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ବେସ ମନଛୁଆଁ ଥିଲା। ସ୍ଥାନୀୟ ସଂଯୋଜକ ତଥା ପୋଡ଼ପାଲି  ସ୍ଥିତ ପଞ୍ଚୁସେବା ସଦନ ର ନିର୍ଦେଶକ ଭରତ ସାହୁ  ଏବଂ ଯୁବ ସଂଗଠକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ପରିଚାଳନା କରିଥିଲେ। ରଘୁନାଥ ରଣା, ଅଲେଖ ଡାଙ୍ଗ ଓ ବଳରାମ ମିଶ୍ର ସଭାକାର୍ଯ୍ୟ ପରିଚାଳନାରେ

ସହଯୋଗ କରିଥିଲେ। ଓସାକା ହାଇଦ୍ରାବାଦ ତରଫରୁ ଉପଦେଷ୍ଟା ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପଧାନ ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ରେ ଓସାକା ଡାଲଖାଇ ଉପରେ କର୍ମଶାଳା ଆୟୋଜନ ସହ ପଶ୍ଚିମ ଓଡିଶାର ଡାଲଖାଇ ନୃତ୍ୟ ବଞ୍ଚାଇରଖିଥିବା ଉପଯୁକ୍ତ ଅଂଚଳରେ ଡାଲଖାଇ ଏକାଡେମୀ ପାଇଁ ସରକାରଙ୍କୁ ଅନୁରୋଧ କରିବ  ବୋଲି ଜଣାଇଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like