-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||     

HOME   ଜିଲ୍ଲା

ଓଷ୍ଟା ପକ୍ଷରୁ ତ୍ରୟୋଦଶ ତମ ବରଗଡ଼ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ୨୦୨୪ ଅନୁଷ୍ଠିତ

23-Dec-2024



ଅତାବିରା (ଆକାଶ ମିଶ୍ର  )ବରଗଡ଼  ଜିଲ୍ଲା  ବରପାଲି ସ୍ଥିତ   ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ  ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଗଠନ(ଓଷ୍ଟା) ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ- ୨୦୨୪ ଅନୁଷ୍ଠିତ ହୋଇଯାଇଛି।  ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ମୟୀ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବ ର ଉଦଘାଟନୀ ଉତ୍ସବରେ  ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ  ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇ ମାଁ ବାଗ୍ଦେବି  ଙ୍କ  ଠାରେ ପୁଷ୍ପମାଲ୍ୟ  ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିବା ସହ  ଏହି ଶିଶୁ ମେଳା ର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ  ପାଠ ପଢ଼ିବା  ସହିତ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ଏହି ଶିଶୁ ଉତ୍ସବ ଏକ ମାଧ୍ୟମ ବୋଲି ମୁଖ୍ୟ ଅତିଥି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ପୂର୍ବତନ ଜିଲ୍ଲା ସଭାପତି ଓଷ୍ଟା ର   ପ୍ରୀତି ରଞ୍ଜନ ପ୍ରଧାନ ଓ  ଅଶ୍ଵିନୀ ପ୍ରଧାନ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରୀ ଓ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମାହାରା ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।ଏହି ଅବସରରେ ଚୂଳ ସୁନ୍ଦର  ମେହେର ଙ୍କ ରଚିତ ପୁସ୍ତକ ଜାନ୍ ଲା କଥା ଉନ୍ମୋଚନ ହୋଇଥିଲା ।ଏହି ମେଳାରେ ୧୦ ଗୋଟି ବିଷୟ ଉପରେ ପ୍ରତିଯୋଗୀତା କରାଯାଇଥିଲା ।  ଯେଉଁମାନେ ପ୍ରଥମ  ହୋଇଛନ୍ତି ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଓ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା  ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ  ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି  ,ଓଷ୍ଟା   ସତ୍ୟନାରାୟଣ ତ୍ରିପାଠୀ  ,,ମୁଖ୍ୟ ବକ୍ତା   ଭାବରେ ରାଜ୍ୟ ସହ ସମ୍ପାଦକ, ଓଷ୍ଟା  ଆଶୁତୋଷ ପ୍ରସାଦ ରଥ  ,ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ମଞ୍ଚାସିନ ରହିଥିବା ବେଳେ  ଜିଲ୍ଲା ଓଷ୍ଟା ଉପ ସଭାପତି ଅନସୁୟା ଦେବତା ଅତିଥି ପରିଚୟ ପ୍ରଦାନ ଓ  ସ୍ଵାଗତ ଅଭିଭାଷଣ  ପ୍ରଦାନ କରିଥିଲେ। ଜିଲ୍ଲା ଉପ ସଭାପତି  ରୁଦ୍ରଦେବ  ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ମଧ୍ୟାହ୍ନ ବିରତି ପରେ ଏହି ଶିଶୁ ମେଳା ର ଉଦଯାପନୀ ଉତ୍ସବ ଜିଲ୍ଲା ଓଷ୍ଟା ସଭାପତି ନନ୍ଦଲାଲ ନାଏକ ଙ୍କ ସଭାପତିତ୍ବରେ ତଥା ବରପାଲି ବ୍ଲକ ସମ୍ପାଦକ ସରୋଜ ସାହୁ ଙ୍କ  ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା ।  ଉଦଯାପନୀ ସଭାରେ ମାନ୍ୟବର ଲୋକସଭା ସାଂସଦ , ବରଗଡ଼ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଜ୍ୟ କାର୍ଯ୍ୟକାରୀ ସଭାପତି  ଓଷ୍ଟା,  ନୀଳମଣି ପୁରୋହିତ   ମଞ୍ଚାସୀନ ରହିଥିଲେ । ସମ୍ମାନିତ ଅତିଥି ଭାବରେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର  ଅଧ୍ୟକ୍ଷ  ପ୍ରଦୀପ ମେହେର ଯୋଗ ଦେଇ ଛlତ୍ର ଛାତ୍ରୀ  ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ  ଜିଲ୍ଲା ଓଷ୍ଟା  ପକ୍ଷରୁ  ତିନିଜଣ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ, ବିନନ୍ଦ  ସାହୁ , ଅନନ୍ତ ମିଶ୍ର ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ମୁଖ୍ୟ ଅତିଥି ଙ୍କ ଦ୍ଵାରା । ୨୧ ଜଣ  ବିଚାରକ  ବିଭିନ୍ନ ପ୍ରତିଯୋଗିତାରେ ବିଚାର ଦାୟିତ୍ଵ ନିର୍ବାହ କରିଥିଲେ। ତର୍କ,ଚିତ୍ରାଙ୍କନ, ବୁଦ୍ଧି ପରୀକ୍ଷା, ସାଧାରଣ ଜ୍ଞାନ, ଗଳ୍ପ ଲିଖନ, କବିତା ଲିଖନ, ଆବୃତ୍ତି, କଣ୍ଠ ସଙ୍ଗୀତ , ଏକକ ନୃତ୍ୟ ଓ ଏକକ ଅଭିନୟ ଆଦି ଦଶ ଟି ବିଷୟରେ  ହୋଇଥିବା ପ୍ରତିଯୋଗିତାରେ   ପ୍ରଥମ ,ଦ୍ଵିତୀୟ ଓ  ତୃତୀୟ ସ୍ଥାନ   ଅଧିକାର କରିଥିବା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।  ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଛାତ୍ର ଛାତ୍ରୀ   ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି।ତର୍କ ରେ  ଚିଙ୍କି ପାତ୍ର, କଣ୍ଠ ସଙ୍ଗୀତ ପ୍ରତ୍ୟୁଷ ମିଶ୍ର,ଚିତ୍ରାଙ୍କନ ରେ  ଗଙ୍ଗା ବରିହା, କବିତା ଆବୃତ୍ତି ରେ  ପିଙ୍କି ବୁଡେକ୍,ଗଳ୍ପ ଲିଖନ ରେ  ପରୀମିତା ବେହେରା,, କବିତା ରଚନା ରେ ପ୍ରୀତି ପ୍ରଧାନ, ଏକକ ଅଭିନୟ ରେ  ସ୍ମୃତିରେଖ ତ୍ରିପାଠୀ,ଏକକ ନୃତ୍ୟ ରେ ଅଲିଶା  ମିଶ୍ର  ,ସାଧାରଣ ଜ୍ଞାନ ରେ ସାଇନା ପ୍ରଧାନ ଓ କୁଇଜ୍ ରେ  ଅବିନାଶ ହୋତା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣ  ପର୍ଯ୍ୟାୟକୁ  ସୁରେନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ  ଜିଲ୍ଲା ଯୁଗ୍ମ ସମ୍ପାଦକ ସଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଅତାବିରା ବ୍ଲକ ସଭାପତି ଯାଦବ ପ୍ରଧାନ,  ଅଶୋକ ଡନସନା, ଅସିତ୍ ଦାଶ, ମନୋରଞ୍ଜନ ସାହୁ ,ଚୁଙ୍ଗିଲାଲା ପ୍ରଧାନ,ସମସ୍ତ ବ୍ଲକ୍ ର ସମ୍ପାଦକ ତଥା ବିଦ୍ୟାଳୟ  ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026

You Might Also Like