-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ତୁରେକେଲା:ତୁରେକେଲା ବ୍ଲକ ବଡଡାକଳା ପଂଚାୟତ ବଡଡାକଳା ଗାଁ ରେ ଘଟିଛି ଅଭାବନୀୟ ଘଟଣା । ଶଶୁର ଘରେ ଜ୍ୱାଇଁ ଙ୍କ ମୃତ୍ୟୁ ।
କାରଣ ଅସ୍ପଷ୍ଟ , ବଙ୍ଗାଳି ଡାକ୍ତର କ୍ୱାକ ଭୁଲ ଇଂଜକସନ ଔଷଧ ରେ ମୃତ୍ୟୁ ହୋଇଥିବା ସଂଦେହ। ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସୁଲିଆଲବାହାଲ ଗାଁ ର ଶ୍ରୀମଦ କଟା (୩୫) ସେ ତାଙ୍କ ଦୁଇ ଝିଅ ପୁଅ ଓ ସ୍ତ୍ରୀ ଙ୍କ ସହିତ ଗତ ଶୁକ୍ରବାର ଦିନ ତାଙ୍କ ଶ୍ବଶୁର ଘର ବଡ ଡାକଳା କୁ ଆସିଥିଲେ । କୌଣସି କାରଣ ବଶତଃ ତାଙ୍କ ଦେହ ଖରାପ ହୋଇ ଝାଡା ବାନ୍ତି ହେବାରୁ ନିକଟସ୍ଥ ସରକାରୀ ହସ୍ପିଟାଲ ବଡ ଡାକଳା କୁ ନ ନେଇଁ ଘର ବୁଲା ବଙ୍ଗାଳି ଡାକ୍ତର ଙ୍କ ଦ୍ଵାରା ଚିକିତ୍ସିତ ହୋଇ ତାଙ୍କ ଜୀବନ ଚାଲି ଯାଇଥିବା ଖବର ଜଣା ପଡ଼ିଛି । ତେବେ ଗାଁ ର କିଛି ଦଲାଲ ମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ବୁଲା ଡାକ୍ତର ଭାବରେ କାମ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି, ତେବେ ଗାଁ ରେ ସରାକାରି ଡାକ୍ତର ଖାନା ରହିଥିବା ସତ୍ତ୍ୱେ ଲୋକେ ବୁଲା ଡାକ୍ତର କ୍ୱାକ ଙ୍କ ପାଖରେ ଚୀକିତ୍ସା କରାଉଥିବା ଆଶ୍ଚର୍ଯ୍ୟ ର ବିଷୟ ହୋଇଅଛି ।ବୁଲା ବଙ୍ଗାଳି ଡାକ୍ତର ଟିଟୁ ସତ୍ବସ କୁ ଯୋଗ କରିବାରୁ କୌନସି ଉତ୍ତର ମିଳି ପାରିନାହିଁ, ସେ ଏହି ଘଟଣା ପରେ କ୍ଲିନିକ ବନ୍ଦ କରି କୁଆଡେ ଫେରାର ହୋଇ ଯାଉଥିବା ଜଣା ପଡିଛି। ଭୁଲ ଇଂଜେକସନ ଓ ଔଷଧ ଦେଇ ଚିକିତ୍ସା କରୁଥିବା ହେତୁ ଅନେକ ଗରିବ ନିରୀହ ଲୋକଙ୍କ ଜୀବନ ବିପଦ ରେ ପଡୁଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି ,ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି ଦୋଷୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।