-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
ତୁଷୁରା( ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ତୋଷାଳୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବରେ ପୂର୍ବତନ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁଶିଷ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଶିକ୍ଷାନୁଷ୍ଠାନ ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ଗୁଡଭେଳା ବ୍ଲକ ଉପାଧକ୍ଷ ଟୁକୁରାମ ପାଣିଗ୍ରାହୀ, ତୋଷାଳୀ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପ୍ରଫୁଲ ମହାପାତ୍ର, ଉପଦେଷ୍ଟା ଶ୍ୟାମସୁନ୍ଦର ପ୍ରଧାନ, ବିଦ୍ୟାଳୟ ପରିଚାଳନା ନିର୍ଦେଶକ ଦେବାଶିଷ ମହାପାତ୍ର,ହେମନ୍ତ ସାହୁ, ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ମହାପାତ୍ର,ବଲ୍ହବି ସାହୁ, ପୁଷ୍ପାଞ୍ଜଳି ମହାପାତ୍ର,ଦମୟନ୍ତି ପ୍ରଧାନ, ପ୍ରମୁଖ ସମ୍ମାନିତ ଅତିଥି ମଞ୍ଚାସିନ ଥିଲେ l ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁରେନ୍ଦ୍ର ଭୋଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ବେଣୁଧର ରଣା, ଗିରିଶ ରଣା, ସ୍ମୃତିରେଖା ଷଡ଼ଙ୍ଗୀ, ଝରଣା ସୁନା, ପ୍ରତୀକ ପ୍ରଧାନ, ପୁଷ୍ପେନ୍ଦ୍ର ପ୍ରଧାନ ଉର୍ମିଳା ଭୋଇ, ପୁଷ୍ପେନ୍ଦୁ ପ୍ରଧାନ ଙ୍କୁ ପୁରସ୍କୃତ କରାଯାଇଥିଲା l ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଭୋଇ,କାମଦେବ ପ୍ରଧାନ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୁୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିବା ବେଳେ ରୋହିତ ପ୍ରଧାନ ଧନ୍ୟବାଦ ଦେଇଥିଲେ l