-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ବାର୍ଷିକ ଉତ୍ସବକୁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ନିଜେ ଉଦଘାଟନ କରିଥିଲେ।ଏହି ଅବସରରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାଷଣ ଦ୍ଵାରା ଉତ୍ସାହିତ କରିଥିଲେ। ବାର୍ଷିକ ଉତ୍ସବକୁ ଖେଳ ଶିକ୍ଷକ ମନ୍ସୀ ପାତ୍ର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ଗୀତର ତାଳେ ତାଳେ ଦୁଲୁକିଥିଲା ମଞ୍ଚ। ପୂରାତନ ଦିବ୍ୟାଙ୍ଗ ଛାତ୍ର କମଲ ସାହୁଙ୍କୁ ବିଦ୍ୟାଳୟରେ ଆଜି ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଏକ କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା। ତେବେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ଦାଶରଥି ସାହୁ, ବିରମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ, ବିଦ୍ୟାଳୟ ଚେୟାରମେନ ଡାକ୍ତର ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।