-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
ବରପାଲି (ସୁଦାମ ଦୀପ )
ବରଗଡ ଜ଼ିଲ୍ଲା ପାଣି ପଂଚାୟତ ଭବନ କେନାଲ କଲୋନୀ ବରଗଡ ଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ 2024/25 ମହାସମାରୋହରେ ସୁପରିଟେଣ୍ଡିଙ୍ଗ ଇଞ୍ଜିନିଅର ସୂର୍ଯ୍ୟନାରାୟଣ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଉଦିତ କେରକେଟା, ଏସିଷ୍ଟାଣ୍ଟ ଏକଜିକୁଟିଭ ଇଞ୍ଜିନିଅର, ପଦ୍ମପୁର, ଇତିଶ୍ରୀ ମହାଲିଙ୍ଗ ଏସିଷ୍ଟାଣ୍ଟ ଏକଜିକୁଟିଭ ଇଞ୍ଜିନିଅର,ବରଗଡ ଯୋଗଦାନ କରି ବିଭିନ୍ନ ସରକାରଙ୍କ ଯୋଜନା ବିଷୟରେ ବର୍ଣନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହାଶକ୍ତି ଫାଉଣ୍ଡେସନ ର ସୁବୋଧ କୁମାର ସାହୁ ଯୋଗଦାନ କରି ଅଦଲ ବଦଲ ଜଳ ସେଚନ ପଦ୍ଧତି ରେ ଧାନ ଚାଷ ବିଷୟରେ ବିସ୍ତୃତ ଭାବରେ ବର୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପାଣିପଂଚାୟତ ର ଚାଷୀ ମାନେ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ l ଏହି ଅବସରରେ ବିଭିନ୍ନ ସ୍କୁଲରେ ଉଠାଜଳସେଚନ ବରଗଡ ତରଫରୁ ହୋଇଥିବା ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l