-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
ଲୋଇସିଂହା, (ବିନୋଦ ଦୀପ) ଆଜି ରାମକୃଷ୍ଣ କେୟାର ହସ୍ପିଟାଲ, ରାଏପୁର ଏବଂ ମାହେଶ୍ୱରୀ ସଂଗଠନ ଲୋଇସିଂହା ର ମିଳିତ ଆନୁକୂଲ୍ୟରେ ଲୋଇସିଂହା ଶିଶୁ ମନ୍ଦିର ବିଦ୍ୟାଳୟ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ଯୋଗ ଦେଇଥିବା ବେଳେ ଲୋଇସିଂହା ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ନବକିଶୋର ନାଏକ ଓ ଶିଶୁ ମନ୍ଦିର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଯୋଗଦାନ କରିଥିଲେ l ରାଏପୁର ରାମକୃଷ୍ଣ ହସ୍ପିଟାଲ ର ୬ଗୋଟି ବିଭାଗ ରୁ ଡାକ୍ତର ମାନେ ଆସି ଲୋଇସିଂହା ଅଂଚଳ ର ପ୍ରାୟ ୩୬୪ ଜଣ ରୋଗୀ ମାନଙ୍କର ଚିକିତ୍ସା କରିଥିଲେ l
ଉକ୍ତ ଶିବିର ରେ ବଲାଙ୍ଗୀର ମାହେଶ୍ୱରୀ ସଂଗଠନ ସଭାପତି ଅଙ୍କୁଶ ପାଣ୍ଡିଆ, ଆଗଲପୁର ସଭାପତି ପ୍ରମୋଦ କୁମାର ସାହୁ, ଲୋଇସିଂହା ସଭାପତି ଦେବାଶିଷ ବିଶୋଇ, ଲୋଇସିଂହା ସଂଯୋଜକ ସମୀର କୁମାର ପଧାନ, କର୍ମକର୍ତା ମାଧବ ଭୋଇ, ମନୋଜ ମାହାଣ, ଆକାଶ ପଧାନ, ସିଲୁ ନାୟକ, ସିଲୁ ସେବକ, ନରେଶ ତ୍ରିପାଠୀ, ଫକୀର ନାୟକ , ଶମ୍ଭୁ ଧରୁଆ, ସୁନୀଲ ହାତୀ, ଯଶୋବନ୍ତ ମାହାଣ।, ନିମାଇଁ ଧାରୁଆ, କରୁଣା କର୍ତ୍ତୀ, ଅଭିଳାଷ ବେହେରା, ରଜତକାନ୍ତ ରଣା , ହରିହର ସାହୁ, ସୁରଜ ସେଠ, ଶୋବନ ସାହୁ, ରତନ ମାହାଣ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ l