-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
(ଡୋଲେଶ୍ୱର ବାଗ )
ଖଡ଼ିଆଳ ମହୋତ୍ସବ ୨୦୨୫ ଆସନ୍ତା ଫେବୃଆରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ରାଜା ଏ ଟି ହାଇ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବ। ପାରମ୍ପରିକ ରୀତି ନୀତି ରେ ଶୁଭସ୍ତମ୍ବ ସ୍ଥାପନ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବକୁ ୧୯ ବର୍ଷ ହୋଇଅଛି। ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟ ଆଜି ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି | ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ମହୋତ୍ସବ ମଞ୍ଚରେ ପୁରୋହିତ ସୁଦର୍ଶନ ଠାକୁର ଙ୍କ ମନ୍ତ୍ରପାଠ ଏବଂ ଆୟୋଜକ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ କର୍ତ୍ତା ଭାବରେ ଜଗତ ର ନାଥ ଜଗନ୍ନାଥ, ଜଗତଜନନୀ ମାଁ ଦୁର୍ଗା, ଇଷ୍ଟ ଦେବୀ ସମଲେଶ୍ୱରୀ ଏବଂ ଗଡ଼ଦେବୀ ରକ୍ତାମ୍ବରୀ ଙ୍କ ନିକଟ ରେ ନୀତିକାନ୍ତି ଅନୁଯାୟୀ ପୂର୍ବକ ଶୁଭସ୍ତମ୍ବ ସ୍ଥାପନ କରାଯାଇଥିଲା।ଖଡ଼ିଆଳ ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗ ଦେଇ ନିଜ କଳା ପ୍ରଦର୍ଶନ କରିଥାନ୍ତି। ମହୋତ୍ସବ କୁ ଆକର୍ଷଣୀୟ କରିବା ପାଇଁ ଫେବୃଆରୀ ପାଞ୍ଚ ତାରିଖ ରେ ଓଲିଉଡ଼ ଗାୟକ ହ୍ୟୁମେନ ସାଗର ଙ୍କ ସହ ଉଦଯାପନୀ ଉତ୍ସବ ରେ ବଲିଉଡ ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଜାବେଦ ଅଲି ଆସି ଷ୍ଟାର ରାତ୍ରି ଅନୁଷ୍ଠିତ ହେବ।