-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ଖପ୍ରାଖୋଲ (ଗୋରେଖନାଥ ବରିହା) ହରିଶଙ୍କର ସ୍ଥିତ ଟି. ଆର. ସି. ବିଲଡିଂ ଠାରେ ଜୟ କିଷାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୁନି ଚାଷୀ ଶ୍ରୀସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ, କୃଷି କୁ କମ୍ପାନୀ କରଣ ବିରୋଧ ,୨୦୨୦ କୃଷି ଆଇନ ତିନିଟି କୁ ପ୍ରତ୍ୟାହାର, ଏମ. ଏସ. ପି. କୁ ଆଇନ ଗତ ମାନ୍ୟତା ଓ ସୁରକ୍ଷା,ପାରମ୍ପରିକ ଚାଷ କୁ ଗୁbରୁତ୍ୱ ପ୍ରଦାନ, ଚାଷୀର ଉତ୍ପାଦନ ଦ୍ରବ୍ୟ କୁ ଉଚିତ ମୂଲ୍ୟ, ଚାଷୀକୁ ସମ୍ମାନ, ଚାଷୀକୁ ଭତ୍ତା ପ୍ରଦାନ,ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନ ଦାବୀ ତଥା ଅଞ୍ଚଳ ର ତୃଣ ମୂଳ ସ୍ଥରରୁ ଲାଗିରହିଥିବା କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ତାର ସମାଧାନ ବିଷୟରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକ ରେ ସଂଗଠନ କୁ ତୃଣ ସ୍ଥରରୁ ମଜବୁତ କରିବାକୁ ଆହ୍ୱାନ ସହ କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବାକୁ ନିଷ୍ପତ୍ତି। ବୈଠକରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା କୃଷକ ସଂମନ୍ଵୟ ସମିତିର ଆବାହକ ରମେଶ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅଶୋକ ସାହୁ , ପୂର୍ଣ ଚନ୍ଦ୍ର ବିଶ୍ୱାଳ, ସୌରୀ କୁମାର ସାହୁ, ଜୟ କିଷାନ ଆନ୍ଦୋଳନ ର ମୁଖପାତ୍ର ଗିରିଧାରୀ ଭୋଇ, ବ୍ୟାସଦେବ ଥନାପତି ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଜିର ସଭାକୁ ସୌରୀ କୁମାର ସାହୁ ସଂଚାଳନ କରିଥିବାବେଳେ ଟିକେଶ୍ୱର ଧରୁଆ, ଇନ୍ଦ୍ରମଣି ସାହୁ, ରାଜକିଶୋର ଛାତ୍ରୀଆ, ସଞ୍ଜୀବ ଶର୍ମା, ନାଗ ,ବିଶ୍ୱଜିତ ପଧାନ, ଧର୍ମରାଜ ବରିହା,ଯଶୋବନ୍ତ ବରିହା,ପାଣ୍ଡବ ବରିହା,କୈଳାଶ ବାରିକ,ପ୍ରଶାନ୍ତ ପ୍ରଧାନ, ସୁରେଶ ପଣ୍ଡା,ଗଜରାଜ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।