-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
15-Dec-2024
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର,)-ରବିବାର ଡିସେମ୍ବର ୧୫ ତାରିଖ ଦିନ ଡାବୁଗାଁ ବ୍ଲକ ପୂଜାରୀଗୁଡା ଗ୍ରାମ ନିକଟରେ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ ଙ୍କ ଅଧ୍ୟକ୍ଷତାରେ ଡାବୁଗାଁ ବିଜେପି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗତ ୧୧ ତାରିଖ ଦିନ ଅନୁଷ୍ଠିତ ବିଜେପି ର ବୈଠକରେ ସଦସ୍ୟତା ସଂଗ୍ରହ ଏବଂ ବୁଥ କମିଟିର ଗଠନ ଉପରେ ଆଲୋଚନା ହୋଇଥିଲା। ଆଜି ଡାବୁଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କାର୍ଯ୍ୟକର୍ତ୍ତା ମାନେ ଦଳକୁ ମଜବୁତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଏହି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର, ପୂର୍ବତନ ବୋରିଗାଁ ମଣ୍ଡଳ ସଭାପତି ଦଶମୁ କଲାର, ବିନୋଦ ସାନ୍ତା, ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ଭୀମସେନ ଜେନା, ହରି ଡଙ୍ଗରୀ, ମେଦନା ପଞ୍ଚାୟତ ସଭାପତି ଦିନବନ୍ଧୁ ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀ ଜାନୀ, ଗିରି ମାଝୀ, କମୁଳୁ ଗୌଡ଼, କାଞ୍ଚନ ହରିଜନ, ଅସ୍ତମା ଗୌଡ଼, ନରସିଂହ ଭତ୍ରା, ଗୋବିନ୍ଦ ମାଝୀ, ମଧୁ ପୂଜାରୀ, ଜୟଧର କଲାର , ଭବବାନ ଭତ୍ରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ୫୦୦ ସହ ଲୋକଙ୍କ ଏକ ମିଶ୍ରଣ ପର୍ବ ପାଇଁ ଆଜି ର ପ୍ରସ୍ତୁତି ବୈଠକ ଥିଲା ବୋଲି ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଜଣାଇଛନ୍ତି।