-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
15-Dec-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାରୱାଡି ଯୁବା ମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅଲ ଓଡିଶା ମାରୱାଡି ଯୁବା ମଞ୍ଚର ଆହ୍ବାନ କ୍ରମେ 15 ଡିସେମ୍ବରରୁ 22 ଡିସେମ୍ବର ପର୍ଯ୍ୟନ୍ତ ୧୫ ହଯାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖା ଯାଇଛି। ଏହି କ୍ରମରେ ଆଜି ଉଲୁଣ୍ଡା ବ୍ଳକ ଶାଖା ଯୁବା ମଞ୍ଚ ପକ୍ଷରୁ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଉଲୁଣ୍ଡା ପଞ୍ଚାୟତ ସମିତି ବିଦ୍ୟାଳୟଠାରେ ଆୟୋଜିତ ଏହି ଶିବିରରେ ବିରମହାରାଜପୁର ଉପଖଣ୍ଡ ଆରକ୍ଷୀ ଆଧିକ୍ଷକ ବାସୁଦେବ ଛତ୍ରୀଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି । ଯୁବା ମଞ୍ଚର ସଭାପତି ପଲଟୁ ସେନ ଅଗ୍ରୱାଲ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିବିରରେ ରକ୍ତଦାନ ଶିବିର ଆୟୋଜନ ରେ ସଂପାଦକ ସୁଧୀର ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଆଦର୍ଶ ଅଗ୍ରୱାଲଙ୍କୁ ମୁଖ୍ୟ ଭୂମିକା ନିଭାଇ ଥିଲେ l ଏହି ମହତ କାର୍ଯ୍ୟରେ ଯୋଗ ଦେଇ ନିଜର ସାଧ୍ୟ ମୁତାବକ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ରକ୍ତଦାତା ମାନଙ୍କୁ ଯୁବା ମଂଚ ପକ୍ଷରୁ ଶୁଭେଛା ଧନ୍ୟବାଦ୍ ପ୍ରଦାନ କରାଯାଇଛି ।