-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Dec-2024
ବୌଦ୍ଧ(ଦେବବ୍ରତ ଦାଶ ଙ୍କ ରିପୋର୍ଟ):- -ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ସ୍ଥିତ ଭୈରବୀ କ୍ଲବ ପରିସରରେ ରବିବାର ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତପଶ୍ୱନି ପରିବାର, ପତଞ୍ଜଲି ଯୋଗ ସମିତି ଏବଂ ଭୈରବୀ କ୍ଲବ ର ମିଳିତ ଅନୁକୁଲ୍ୟ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମାଁ ଭୈରବୀଙ୍କ ଫଟୋରେ ଧୂପ ଦୀପ ଦେଇ କାର୍ଯକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି ଶିବିରେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଚିରଞ୍ଜିବି ବ୍ରହ୍ମ ବୌଦ୍ଧ ରକ୍ତ ଭଣ୍ଡାର ରୁ ଆସିଥିବା
ଟେକନସିଆନ୍ ଦିଲୀପ କୁମାର ଭୋଇ, କାଉନସିଲର ବନୋଜ କୁମାର ପ୍ରଧାନ ,ନର୍ସିଂ ଅଫିସର୍ ଯୁଦା ଶବର, ସହାୟକ ସୁରଜ୍ କୁମାର ଭୋକ୍ତା ଙ୍କ ଉପସ୍ଥିତି ରେ ରକ୍ତ ସଂଗ୍ରହ କରାଯାଇଥିଲା। ସମସ୍ତ ରକ୍ତ ଦାତା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଭୈରବୀ କ୍ଲବ ର ସଭାପତି ଅକୁର ସେଠୀ ସମ୍ପାଦକ ତୁଷାର କାନ୍ତ ସାହୁ, ତପଶ୍ଵନି ପରିବାର ର ଖଣ୍ଡ ସଂଯୋଜିକ ଶାନ୍ତିଲତା ମହାକୁଡ଼, ସନ୍ତୋଶିନୀ ସାହୁ, ସୁଜାତା ସେଠୀ, ସରିତା ମେହେର, ଗୀତାରାଣୀ ରାୟ ଚୌଦିରି, ପତଞ୍ଜଲି ଯୋଗ୍ ସେମିତିର ରାଜକିଶୋର ଅଗ୍ରୱାଲା, ବାଳକୃଷ୍ ନାୟକ , କୈଳାସ ଅଗ୍ରୱାଲା, କୁମୁଦ ସାହୁ, ସଚିଦାନନ୍ଦ ନାୟକ , ଦୀପ ଛତ୍ରିଆ , ଗୌତମ ରାଜ ହଂସ , ସୁକାନ୍ତ ପଟ୍ଟନାୟକ, ମନୋଜ ସାହୁ, ଗୁଡୁ ପଟ୍ଟନାୟକ ଙ୍କ ସମେତ ଭୈରବୀ କ୍ଲବ,ତପଶ୍ୱନି ପରିବାର ଏବଂ ପତଞ୍ଜଲି ଯୋଗ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ
ସହଯୋଗ କରିଥିଲେ । ଏହି ଶିବିର ରେ ବରିଷ୍ଟ ବିଜେପି ନେତା ସୁଶାନ୍ତ ପ୍ରଧାନ ଏବଂ ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ମେଗା ରକ୍ତଦାନ ଶିବିରରେ ୭୫ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ । ଭୈରବୀ କ୍ଲବ ଏବଂ ମହୋତ୍ସବ କମିଟି ପକ୍ଷରୁ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।