-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
14-Dec-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଧୂମଧାମରେ ପାଳିତ ହୋଇ ଯାଇଛି କେଲିଆ ଗ୍ରାମ ରେ ବାବା ଚାଉଁରୀଆ ଙ୍କ ଯାତ୍ରା। ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡା ପଞ୍ଚାୟତ ର ଏକ ପ୍ରମୁଖ ଯାତ୍ରା ଅଟେ ଏହି ଯାତ୍ରା। ସଂପୂର୍ଣ୍ଣ ପାରମ୍ପରିକ ରୀତିନୀତି ରେ ଅନୁଷ୍ଠିତ ହୁଏ ପ୍ରତିବର୍ଷ ଚାଉଁରୀଆ ଯାତ୍ରା। ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ବିଭିନ୍ନ ଦଳ ତଥା ପ୍ରମୁଖ ବ୍ୟକ୍ତି ମାନେ ମଧ୍ୟ ଯୋଗଦାନ କରିଥିଲେ ଏହି ଯାତ୍ରା ରେ । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, କଂଗ୍ରେସ ର ବରିଷ୍ଠ ନେତ୍ରୀ ଲିପିକା ମାଝୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଡାବୁଗାଁ ବିଜେପି ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର, ପୂର୍ବତନ ସରପଂଚ ଧର୍ମାନନ୍ଦ ନାୟକ, ସରପଞ୍ଚ ରଞ୍ଜୁ ଭତ୍ରା, ଦୀବା ମାଝୀ, ଯୁଧିଷ୍ଠିର ପୂଜାରୀ, କାଞ୍ଚନ ହରିହର, ପିତମ୍ ମାଝୀ, ଦେବସିଂ, କବିରାଜ ମାଝୀ, ଗିରି ପୂଜାରୀ, କଣି କଲାର, କମଳୁ ଗୌଡ଼, ଭାଗୀରଥି ମାଝି ପ୍ରମୁଖ ଏହି ଧାର୍ମିକ ଯାତ୍ରା ରେ ଉପସ୍ଥିତ ଥିଲେ।