-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
14-Dec-2024
ବଲାଙ୍ଗୀର: ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇଦିନ ଧରି ହେବାକୁ ଥିବା ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ଟାଉନ୍ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ବିଚାରକ ଭାବେ କବାଡ଼ି ବିଶାରଦ ଶ୍ରୀମାନ ଜଟ୍ଟି, ଜିତେନ୍ଦ୍ର ବାରିକ ଟାଉନ୍ ବାଳକ ଉଚ୍ଚବିଦ୍ୟାଳୟର ପିଇଟି ବିକାଶ ଦାସ, ପି.ପି ଏକାଡେମୀର ପି.ଇ.ଟି ସଶ୍ମିତା ରାଣୀ ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ l ଏଥିରେ ମୁଖ୍ୟ ଅତିଥିଭାବେ ଆଲୁମିନି କମିଟିର ହେମନ୍ତ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ନାସିର ଖାଁ, ପୂରାତନ ଛାତ୍ର ସଂଜୀବ ବାବୁ ଓ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳିମା ପୁରୋହିତ ଯୋଗ ଦେଇ କୃତୀ କବାଡ଼ି ଦଳ ମାନଙ୍କ ନାମ ଘୋଷଣା କରିଥିଲେ l ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ପ୍ରାୟ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ପୁରାତନ ଛାତ୍ର ସାଏଦ ଅଫତlବ ହୁସେନ୍, ସଂଜୀବ ବାବୁ ଓ ଅନ୍ୟମାନେ ସହଯୋଗ କରିଥିଲେ l ଆସନ୍ତା ଡିସେମ୍ବର ୨୧ ତାରିଖ ଦିନ ଅନୁଷ୍ଠିତ ପି ପି ଏକାଡେମୀ ର ଡ଼ାଇମଣ୍ଡ ଜୁବଲି ଅବସରରେ ଏହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି l