-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ହର୍ଷା ଟ୍ରଷ୍ଟ ଦ୍ଵାରା ରାସାୟନିକ ପରିବର୍ତ୍ତେ ଜୈବିକ ସାର ସାଧନ କେନ୍ଦ୍ର ଉଦଘାଟିତ

14-Dec-2024



ବୋଡ଼େନ (ଡୋଲେଶ୍ୱର ବାଗ )
ମଣିଷ ସମାଜ ରୋଗ ମୁକ୍ତ ହେବାର ଉଦ୍ଦେଶ୍ୟ ନେଇ ହର୍ଷା ଟ୍ରଷ୍ଟ ପକ୍ଷରୁ ଚାଷ ପାଇଁ ଜୈବିକ ସାରର ପ୍ରସ୍ତୁତି ଓ ବ୍ୟବହାର ନିମିତ୍ତ  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବୁଢ଼ାପଡା ସ୍ଥିତ ମାହେଶ୍ୱରୀ ଆଦିବାସୀ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଆଜି ଏକ ଜୈବିକ ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ଉଦଘାଟନୀ ସଭାରେ ଗୋଷ୍ଠୀ କୃଷି ଅଧିକାରୀ ଦୁଃଖୀ ଶ୍ୟାମ ଟୁଡୁ ମୁଖ୍ୟ ଅତିଥି,ସି ଡି ପି ଓ ଅର୍ଚ୍ଚନା ରାଉତ ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ରୂପେ ମିଶନ ଶକ୍ତିର ବି ପି ସି ବିଜୟ କୁମାର ଭିତ୍ରୀଆ,ଅତିରିକ୍ତ ଗୋଷ୍ଠୀ କୃଷି ଅଧିକାରୀ ସରୋଜ ମିର୍ଦ୍ଧା,ମାହେଶ୍ୱରୀ ଆଦିବାସୀ ସ୍ଵୟଂ ସହାୟିକା ସଭାନେତ୍ରୀ ଦଶ ମତି ମାଝୀ, ହର୍ଷା ଟ୍ରଷ୍ଟ ବ୍ଲକ ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ଖମାରୀ,ଏଲ ଏସ ପି ଡମ୍ବରୁଧର ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ ।ସମସ୍ତ ଅଧିକାରୀ ରାସାୟନିକ ସାର ଓ ଜୈବିକ ସାରର ବ୍ୟବହାରର ଉପକାରିତା ଓ ଅପକାରିତା ଉପରେ ଆଲୋକପାତ କରି ଜୈବିକ ସାର ର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ ।ରାସାୟନିକ ସାର ମଣିଷ ସମାଜ ପ୍ରତି ବିପଦ ଅଟେ ତାହା ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଇଙ୍ଗିତ କରୁଥିଲେ । ହର୍ଷା ଟ୍ରଷ୍ଟ ଦ୍ଵାରା ତିଆରି ପରୀକ୍ଷିତ ଜୈବିକ ସାର ଗୁଡ଼ିକ ଯଥାକ୍ରମେ ପ୍ରାଣୀମୃତ,ଜୀବାମୃତ,ହାଣ୍ଡି ଖତ, ବିଜାମୃତ,ଆଗ୍ନେୟାସ୍ତ୍ର,ନିମାସ୍ତ୍ର,ମହୁଲାସ୍ତ୍ର ଓ ବ୍ରହ୍ମାସ୍ତ୍ର। କୁକୁଡ଼ା ଖତ,ସୋରିଷ ପିଡ଼ିଆ,ପାଉଁଶ ଓ ପାଣିର ସମିଶ୍ରଣରେ ପ୍ରାଣୀ ମୃତ ସାର ତିଆରି ,ଏହି ସାର ବ୍ୟବହାର କରିବା ଦ୍ଵାରା ଗଛକୁ ପଟାସ, ଯବକ୍ଷାରଜାନ ଓ ଫସଫରସ ମିଳିଥାଏ ଏବଂ ମାଟିକୁ ଉର୍ବର କରେ । ସଜ ଗାଈ ଗୋବର ଓ ମୂତ୍ର,ଦେଶୀ ଗୁଡ଼,ବେସନ, ଉଈ ହୁଙ୍କାର ମାଟି ଏବଂ ପାଣିର ମିଶ୍ରଣ କରି ଜିବାମୃତ ସାର ତିଆରି କରାଯାଏ ,ଏହା ବ୍ୟବହାର ଫଳରେ ଜମିର ଉର୍ବରତା ଉତ୍ପାଦନ ଅଧିକ ହୁଏ ।ମାଟି ହାଣ୍ଡି,ସଜ ଗାଈ ମୂତ୍ର ଓ ଗୋବର,ନିମ୍ବ ପତ୍ର ବା କରଞ୍ଜ ପତ୍ର, ବଣ ତୁଳସୀ ପତ୍ର,ଅରଖ ବା ଅମରି ପତ୍ର ଏବଂ ଗୁଡ଼ ର ସଠିକ୍ ପରିମାଣର ମିଶ୍ରଣ କରି ହାଣ୍ଡି ଖତ ତିଆରି କରାଯାଏ ।ଏହି  ଖତ ଗଛକୁ ରୋଗ ପୋକ ଦାଉରୁ ରକ୍ଷା କରେ ।ଦେଶୀ ଗାଈ ପରିସ୍ରା ଓ ଗୋବର,ଧଳା ଚୂନ,ବଡ଼ ଗଛ ତଳର ମାଟି ଓ ପାଣି ଠିକ୍ ପରିମାଣର ମିଶ୍ରଣ କରି ବିଜା ମୃତ ସାର ତିଆରି କରାଯାଏ,ଏହି ସାର ବ୍ୟବହାର ଦ୍ଵାରା ବିହନ ସବୁ ରୋଗରୁ ସୁରକ୍ଷା ମିଳିଥାଏ ଏବଂ ବିହନର ବଞ୍ଚିବାର କ୍ଷମତା ବୃଦ୍ଧି ହୋଇଥାଏ।ଗୋ ମୂତ୍ର ଧୁଆଁ ପତ୍ର ,କଞ୍ଚା ଲଙ୍କା,ରସୁଣ ଓ ନିମ୍ନ ପତ୍ରର ମିଶ୍ରଣ କରି ଆଗ୍ନେୟାସ୍ତ୍ର ସାର ପ୍ରସ୍ତୁତ କରାଯାଏ ।ଏହି ସାର ପନିପରିବା ଚାଷରେ ସିଞ୍ଚନ କଲେ ବିଶେଷ କରି କାଣ୍ଡବିନ୍ଧା,ଫଳ ବିନ୍ଧା,କୀଟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।କଞ୍ଚା ନିମ୍ବ ପତ୍ର,ଗାଈ ମୂତ୍ର ଓ ଗୋବର ଏବଂ ପାଣି ଉଚିତ୍ ପରିମାଣର ବ୍ୟବହାର କରି ନୀମାସ୍ତ୍ର ସାର ପ୍ରସ୍ତୁତ କରାଯାଏ ।ଏହା ବ୍ୟବହାର ଦ୍ଵାରା ଶୋଷକ ପୋକ, ଦହିଆ ପୋକ, ଉକୁଣିଆ ପୋକ,ଧଳା ମାଛି,କାଣ୍ଡ ବିନ୍ଧା ପୋକ ସହ ଅନ୍ୟାନ୍ୟ ପୋକ ନିୟନ୍ତ୍ରଣ ସହଜରେ କରାଯାଇ ପାରିବ । ଗୋ ମୂତ୍ର,ନିମ୍ବ ପତ୍ର,କରଞ୍ଜ ପତ୍ର, ଆତ ପତ୍ର,ପିଜୁଳି ପତ୍ର, ଜଡ଼ା ପତ୍ର,ଅମୃତ ଭଣ୍ଡା ପତ୍ର ଓ ଧୂତୁରା ପତ୍ର କୁ ବ୍ୟବହାର କରି ବ୍ରହ୍ମାସ୍ତ୍ର ସାର ପ୍ରସ୍ତୁତ କରାଯାଏ ।ଏହି ସାର ଶୋଷକ କୀଟ,ଛୁଇଁ,ଫଳ ବିନ୍ଧା ପୋକ ଦମନ କରେ ।ଉପରୋକ୍ତ ଜୈବିକ ସାର ଗୁଡ଼ିକ ମାହେଶ୍ୱରୀ ଆଦିବାସୀ ସ୍ଵୟଂ ସହାୟିକା ଗୋଷ୍ଠୀ ବୁଢ଼ା ପଡା ସାଧନ କେନ୍ଦ୍ରରେ ଉପଲବ୍ଧ ।୨୦୦୧ ମସିହାରେ ଗଢି ଉଠିଥିବା ଏହି ସ୍ଵୟଂ ସହାୟିକା ଗୋଷ୍ଠୀ ପାଖରେ ଅଛି ଡାଲି ମିଲ, ଅଟା ମିଲ,ମାଣ୍ଡିଆ ଥ୍ରେଶର, ଟେଣ୍ଟ ହାଉସ ।ଏମାନେ ବିଦ୍ୟାଳୟର ଏମ ଡି ଏମ ମଧ୍ୟ ପରିଚାଳନା କରନ୍ତି  ଆଉ ବର୍ତ୍ତମାନ ପଳସଦା ଧାନ ମଣ୍ଡି ମଧ୍ୟ ପରିଚାଳନା କରୁଛନ୍ତି ।ବିଭିନ୍ନ ସମୟରେ ବଡ଼ ବଡ଼ ସରକାରୀ ଅଧିକାରୀ ତଥା ଅନେକ ସଂଗଠନର ଅଧିକାରୀ ଏହି ଗୋଷ୍ଠୀ ପାଖକୁ ପରିଦର୍ଶନରେ ଆସିବା ଦେଖିବାକୁ ମିଳିଥାଏ ।ଶରୀରକୁ,ସମାଜକୁ ତଥା ପରିବେଶକୁ ସୁସ୍ଥ ରଖିବାକୁ ଜୈବିକ ସାରର ବ୍ୟବହାର କରିବା ପାଇଁ ଅତିଥି ଗଣ ଉପସ୍ଥିତ ସମସ୍ତ ମହିଳାମାନଙ୍କୁ ଜଣାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like