-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||     

HOME   ଜିଲ୍ଲା

ମଣ୍ଡିରେ ଚାଲିଛି ଦଲାଲ,ମିଲରର୍ ଦାଦାଗିରୀ,,,, ଚାଷି ଯାଉଛେ କୁହୁରୀ କୁହୁରୀ

10-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଧାନ ମଣ୍ଡିରେ ଚାଲିଛି ଦଲାଲ ଓ ମିଲରମାନଙ୍କ ରାଜତ୍ଵ। ଗ୍ରେନ୍ ଏନାଲାଇଜର୍ ମେସିନ ଚାଷୀର ଭଲ ଧାନ କୁ ମଧ୍ୟ ଅଯୋଗ୍ୟ ପ୍ରମାଣିତ କରୁଛି। ଯାହା କଟଣି ଛଟଣି କରିବାରେ  ଦଲାଲ ଓ ତଥା ମିଲରମାନଙ୍କୁ ସାହାଯ୍ୟ  କରୁଛି। ଏପରି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସୁଲୁସୁଲିଆ ଧାନ କ୍ରୟକେନ୍ଦ୍ର ରେ। ଗାଁର ଜଣେ ମହିଳା ଚାଷୀ ଅଞ୍ଜଳୀ ସାହୁ,  ସ୍ବା - ଚୁଡାମଣି ସାହୁ ଗତ ୬ ଡିସେମ୍ବର ଶୁକ୍ରବାର ଦିନ ୬୪ ପ୍ୟାକେଟ ଧାନ ମଣ୍ଡିକୁ ଆଣିଥିଲେ। ଚାରି ଦିନ ପର୍ଯ୍ୟନ୍ତ ତାଙ୍କ ଧାନକୁ ବିକ୍ରି କରିବାର କୌଣସି ବ୍ଯବସ୍ଥା କରାଯାଇନଥିଲା। ସେ ବାରମ୍ବାର ମଣ୍ଡିକୁ ଦୌଡିଲା ପରେ ମଧ୍ୟ ମଣ୍ଡି ଅଧିକାରୀ ତାଙ୍କୁ ବେପାରୀଙ୍କ ସହିତ କଥାବାର୍ତ୍ତା କରି ଧାନ ଦେଇଦେବା ପାଇଁ କହିଥିଲେ। ସଂପୃକ୍ତ ଚାଷୀ ଏଥିରେ ରାଜି ହୋଇନଥିଲେ। ସେ ଭଲ ଧାନ ଆଣିଥିବା କହି କଟଣି ଛଟଣି କରିବା ପାଇଁ ମନା କରିଦେଇଥିଲେ। ଏହା ପରେ ଆଜି ମଙ୍ଗଳବାର ଦିନ ୟାଡକୁ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଗୋବିନ୍ଦ ନାଗ , ଯୋଗାଣ ନିରୀକ୍ଷକ ସାନ୍ତାକାର ପ୍ରଧାନ ଆସି ସମସ୍ୟା ବିଷୟରେ ଚାଷୀମାନଙ୍କ ସହ ଆଲୋଚନା କରି ସେହି ଚାଷୀଙ୍କ ଧାନକୁ ଗ୍ରେନ୍ ଏନାଲାଇଜର୍ ମେସିନ ସାହାଯ୍ୟରେ ପରିକ୍ଷା କରିବା ପାଇଁ କହିଥିଲେ। ପ୍ରକାଶ ଥାଉକିଯେ ଗ୍ରେନ୍ ଏନାଲାଇଜର୍ ମେସିନ ଆଜିହିଁ ଏହି ୟାଡ କୁ ଅଣାଯାଇଥିଲା। ସେହି ଚାଷୀର ଧାନକୁ ପରୀକ୍ଷା କଲାପରେ ମେସିନ ଅଯୋଗ୍ୟ ପ୍ରମାଣିତ କଲା। 
    ଏହି ମାର୍କେଡ ୟାଡରେ ଆଜି ପର୍ଯ୍ୟନ୍ତ ମୋଟ ୧୪୬୫ ପାକେଟ  ( ୬୫୧ . ୬୩ କ୍ବିଣ୍ଟାଲ) ଧାନ ବିକ୍ରି ହୋଇ ସାରିଲେଣି। ସେହି ସବୁ ଧାନ ଯେହେତୁ ଦଲାଲଙ୍କ ମାଧ୍ୟମରେ କଟଣି ଛଟଣି ହୋଇ ବିକ୍ରି ହୋଇଛି, ସେଥିପାଇଁ ମେସିନର ଆବଶ୍ୟକତା ପଡିନଥିଲା। ଚାଷୀ ଠିକ ଦର ପାଇବା ପାଇଁ ନିଜେ ମଣ୍ଡିକୁ ଧାନ ଆଣି ବିକ୍ରି କରିବା ପାଇଁ ଚେଷ୍ଟା କଲେ ଏପରି ମେସିନ ଆଣି ସଂପୃକ୍ତ ଅଧିକାରୀମାନେ ଚାଷୀମାନଙ୍କୁ ଭୟଭୀତ କରାଉଛନ୍ତି। 
   ସଂଯୁକ୍ତ ଅଧିକାରୀମାନଙ୍କ ସହ ଚାଷୀ ଆଲୋଚନା କଲା ସମୟରେ ମିଲର ପ୍ରତିନିଧିମାନେ ଚାଷୀମାନଙ୍କୁ ଆକ୍ରମଣ କରିବାର ଚେଷ୍ଟା କରିଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମଣ୍ଡିରେ ବେପାରୀ ଓ ମିଲରମାନଙ୍କ ଦାଦାଗିରୀ ଚାଲିଛି। ନିରୀହ ଚାଷୀ ଶୋଷଣର ଶୀକାର ହେଉଛି। 
   ସୁଲୁସୁଲିଆ ୟାଡରେ ଧାନ ବିକ୍ରି ସମସ୍ୟା ଥିବା ନେଇ ଗାଁର ଚାଷୀମାନେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶିଲ କୁମାର ସାହୁ ଏବଂ ସାଧାରଣ ସଂପାଦକ ହର ବଣିଆଁଙ୍କୁ ଜଣାଇଥିଲେ। ଏହି  ଆଲୋଚନା ସମୟରେ  ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ ଏବଂ ଚାଷୀ କୌଣସି ଦଲାଲ ମାଧ୍ୟମରେ ଧାନ ବିକ୍ରି ନକରି ନିଜେ  ୟାଡକୁ ଆଣି ବିକ୍ରି କରିବା ପାଇଁ ଆହ୍ୱାନ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026

You Might Also Like