-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
10-Dec-2024
ବରପାଲି (ସୁଦାମ ଦୀପ)
ବରପାଲି ସ୍ଥିତ ଗଙ୍ଗାଧର ମେହେର କ୍ଲବ୍ର ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।
ବରପାଲିର ଅନ୍ୟତମ ପୁରାତନ ଅନୁଷ୍ଠାନ ଗଙ୍ଗାଧର ମେହେର କ୍ଲବର ଏକ ସାଧାରଣ ବୈଠକ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଅନୁଷ୍ଠାନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସହ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଗଙ୍ଗାଧର ମେହେର କ୍ଲବର ନୂତନ କର୍ମକର୍ତ୍ତା ହେଲେ ସଭାପତି ନରେନ୍ଦ୍ର କୁମାର ହୋତା, ଉପସଭାପତି ପଦ୍ମଲୋଚନ ସାହୁ, ବନ୍ତରାମ୍ ସେଠ୍, ସାଧାରଣ ସମ୍ପାଦକ ବାଲକିଶୋର ଖାଡଙ୍ଗା, ସହ ସଂପାଦକ ଗଣେଶ ରାମ ମେହେର, ଆଶୁତୋଷ ମେହେର, କୋଷାଧ୍ୟକ୍ଷ ଉପଗୁପ୍ତ ତ୍ରିପାଠୀ, ସହ କୋଷାଧ୍ୟକ୍ଷ ରାଜାରାମ ମେହେର, ସାଂସ୍କୃତିକ ସମ୍ପାଦକ ବାଳକୃଷ୍ଣ ପୁଝାରୀ , ଆଇନ ପରାମର୍ଶ ଦାତା ମହେନ୍ଦ୍ର ଗହୀର ଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ମେହେର, ହୃଷୀକେଶ ମେହେର, ଧ୍ରୁବରାଜ ମେହେର, ଶୁକଦେବ ସାହୁ, ବାସୁଦେବ ପତି, ସରୋଜ କୁମାର ତ୍ରିପାଠୀ, ଡକ୍ଟର ସୁରେନ୍ଦ୍ର କୁମାର ମେହେର, ନରେଶ ଅଗ୍ରୱାଲ ପ୍ରମୁଖ ରହିଛନ୍ତି । ଅତି ଶୀଘ୍ର କ୍ଲବ ଗୃହ ନିର୍ମାଣ ତଥା କ୍ଲବ୍ର ଜବରଦଖଲ ଉଚ୍ଛେଦ ଦିଗରେ ନୂତନ କମିଟିର ପ୍ରଧାନ ଆଭିମୁଖ୍ୟ ରହିଛି ବୋଲି ନୂତନ ଭାବରେ କାର୍ଯ୍ୟଭାର ନେଇଥିବା ସଭାପତି ଶ୍ରୀ ହୋତା ପ୍ରକାଶ କରିଛନ୍ତି।