-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Dec-2024
- ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
ସୋନପୁର ର ଖୁବ୍ ଜଣା ଶୁଣା ଭେଟରାନ ଫୁଟବଲ ଖେଳାଳୀ ତଥା ସୋନପୁର ସି ଟି ସ୍କୁଲ୍ ଓ ଜି ଏମ କଳେଜ୍ ସମ୍ବଲପୁର ର ପି ଇ ଟି ଶ୍ରୀ ସତିଶ ପଟ୍ଟନାୟକ ଙ୍କ ସମ୍ବଲପୁର ବାସ ଭବନ ରେ ଦେହାନ୍ତ ଘଟିଛି l ଏ ଖବର ରେ ସୋନପୁର ଓ ସମ୍ବଲପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ସୋନପୁର ର ସିଂଦେଓ କ୍ଳବ୍, ରମଧୁନ୍ କ୍ଳବ୍, ବାପୁଜୀ କ୍ଲବ୍ , ଜିଲ୍ଲା କ୍ରୀଡ଼ା ସଂଘ, ବୁଢୀମା କ୍ଳବ୍ ସମେତ ସମସ୍ତ ଫୁଟ ବଲ କ୍ଳବ୍ ର ସଦସ୍ୟ ଓ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଏ ଖବର ରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଆଜି ସନ୍ଧ୍ୟା ରେ ରମଧୁନ୍ କ୍ଳବ୍ ପକ୍ଷ ରୁ ସ୍ୱର୍ଗୀୟ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ପାଳନ କରାଯାଇ ସ୍ୱର୍ଗୀୟ ଆତ୍ମା ର ଶାନ୍ତି ସଦ୍ଗତି କାମନା କରା ଯାଇଛି l ଶ୍ରୀ ପଟ୍ଟନାୟକ ଜଣେ ଆଗ ଧାଡ଼ି ର ଫୁଟ ବଲ ଓ ଭଲିବଲ ଖେଳାଳି ଓ ଖୁବ୍ ଅଭିଜ୍ଞ ରେଫରୀ ଭାବେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଖ୍ୟାତି ଲାଭ କରିଥିବା ବେଳେ ସ୍ଥାନୀୟ ଢେରାପଡ଼ା ଠାରେ ହର ଗୌରୀ ଯାତ୍ରା ରେ ସେ ଖୁବ୍ ଆକର୍ଷଣୀୟ ମେଢ଼ ଗୁଡ଼ିକ ନିର୍ମାଣ କରି ଜଣେ ମୃଣ୍ମୟ ଶିଳ୍ପୀ ଭାବରେ ମଧ୍ୟ ନିଜର ଯlଦୁଗରି ପ୍ରତିପାଦିତ କରି ପାରି ଥିଲେ l ଶ୍ରୀ ପଟ୍ଟନାୟକ ଜଣେ କ୍ରୀଡ଼ା ପ୍ରେମୀ ଭାବେ ଜଣା ଶୁଣା ଥିବା ବେଳେ ସୋନପୁର କ୍ରୀଡ଼ା ସଂଘ ର ସଂପାଦକ ଭାବେ ଅନେକ ବର୍ଷ କାର୍ଯ୍ୟ ତୁଲାଇ କ୍ରୀଡ଼ା ର ବିକାଶ କ୍ଷେତ୍ର ରେ ଉତ୍ସର୍ଗୀକୃତ ସେବା ଯୋଗାଇ ଥିଲେ l ସୋନପୁର ର ଟ୍ରଷ୍ଟ ଫଣ୍ଡ ଆନ୍ଦୋଳନ ସମେତ ଜିଲ୍ଲା ଉନ୍ନୟନ ପାଇଁ ବିଭିନ୍ନ ଆନ୍ଦୋଳନ ରେ ମଧ୍ୟ ସେ ପ୍ରମୁଖ ଭୂମିକା ନେଇଥିଲେ l ଗାନ୍ଧୀ ପଡିଆ ରେ ଟାଉନ ଲିଗ୍ ମ୍ୟାଚ୍ ରେ ଡିଫେନ୍ସ ଖେଳାଳି ଭାବେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ଜିଣି ଥିଲେ ଶ୍ରୀ ପଟ୍ଟନାୟକ l ସହର ର ବୁଦ୍ଧିଜୀବୀ ବ୍ରଜ କିଶୋର ପାତ୍ର, ଚମରା ରାମ ତ୍ରୀପାଠୀ ଙ୍କ ସମେତ ଏ ଖବର ରେ ସୋନପୁର ର ଭେଟେରାନ ଫୁଟବଲ୍ ଖେଳାଳି ଗୋରେଖ୍ ନାଥ ସାହୁ, ମଧୁ ସୁଦନ ପୁଝାରୀ, କଇରୁ ସ୍ବାଇଁ, ସତ୍ୟ ନାରାୟଣ ମିଶ୍ର, କଲ୍ୟାଣ ପାଢ଼ୀ, ଭିକାରୀ ମିଶ୍ର, ଲକ୍ଷ୍ମୀ ନାରାୟଣ ମହାନ୍ତି, ପଞ୍ଚା ନନ୍ ସାହୁ ପୁରୋଷୋତ୍ତମ୍ ପାଣିଗ୍ରାହି, ଚିତ୍ତ ରଞ୍ଜନ ତରାସିଆ , ପୀୟୂଷ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶ୍ରୀ ପଟ୍ଟନାୟକ ଙ୍କ ଶୋକ ସନ୍ତପ୍ତ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l