-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଭୁବନେଶ୍ୱର,(ପ୍ରେରଣା ଖବର) ଗତ ୨ ତାରିଖରେ ମାହାଙ୍ଗା ବ୍ଲକ ନୃତାଙ୍ଗ ଗ୍ରାମରେ ଘଟିଯାଇଥିବା ପୂର୍ବତନ ଚେୟାର ମ୍ୟାନ କୁଳମଣି ବରାଳ ଓ ତାଙ୍କର ସମ୍ପର୍କୀୟ ଦିବ୍ୟସିଂହ ବରାଳାଙ୍କ ପରିବାରକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପଂହଚି ସ୍ଥାନୀୟ ଜନସାଧାରଣଙ୍କ ସାଂଗରେ ହତ୍ୟା ସଂପର୍କୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସ୍ୱର୍ଗତ ବରାଳାଙ୍କ ଘରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଦୁଇ ବରାଳଙ୍କର ହତ୍ୟା ରାଜନୈତିକ ଉଦ୍ଦେଶ୍ୟ ସହ ଏକ ହୀନ ରାଜନୈତିକ ଚକ୍ରାନ୍ତ ବୋଲି ଅଭିହିତ କରିବା ସହ ର୍ଦୁନୀତିରେ ବୁଡ଼ି ରହିଥିବା ରାଜ୍ୟ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ତୀବ୍ର ଭର୍ସନା କରିଥିଲେ । ମାହାଙ୍ଗା ବ୍ଲକରେ ବିଗତ ୪୦ବର୍ଷ ଧରି କଂଗ୍ରେସ ଦଳରେ ସକ୍ରୀୟ ରାଜନୀତି କରି ବ୍ଲକ ଚେୟାରମ୍ୟାନ ସହ ବିଭିନ୍ନ ପଦପଦବୀରେ ରହି ଜନତାଙ୍କ ସେବା କରିଥିବା ସ୍ୱର୍ଗତ କୁଳମଣୀ ବରାଳ ୨୦୧୮ ମସିହାରେ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଥିଲେ । ସ୍ଥାନୀୟ ଜନପ୍ରତିନିଧି ଓ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଅନେକ ଅନୀତି ଓ ଦୁର୍ନିତ ବିରୁଦ୍ଧରେ ବିଭିନ୍ନ ସମୟରେ ସ୍ୱର ଉତୋଳନ କରୁଥିବା ସ୍ୱର୍ଗତ ବରାଳଙ୍କୁ ହତ୍ୟା କରାଯାଇଥିଲା । ସ୍ୱର୍ଗତ ବରାଳ ମୃତ୍ୟୁ ପୂର୍ବରୁ ତାଙ୍କ ବଡ଼ ପୁଅଙ୍କ ଆଗରେ ବୟାନ କରିଥିଲେ । ପୋଲିସ୍ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ପାଇଁ ଅପପ୍ରୟାସ କରୁଛି ବୋଲି ପଟ୍ଟନାୟକ ଅଭିଯୋଗ କରିଛନ୍ତି ସ୍ୱର୍ଗତ ବରଳାଙ୍କ ହତ୍ୟାକାରିକୁ ଉଚିତ୍ ଦଣ୍ଡ ଦେବା ସହମାହାଙ୍ଗା ଭଳି ଏକ ଶାନ୍ତିପ୍ରିୟ ଅଂଚଳରେ ପ୍ରଶାସନିକ ଶାନ୍ତି ବଜାୟ ରଖିବା ପାଇଁ ସେ ଓଡ଼ିଶା ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳହୋଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ନୈତିକତା ଦୃଷ୍ଟିରୁ ପଦତ୍ୟାଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।
କଂଗ୍ରେସ ପ୍ରତିନିଧି ମଣ୍ଡଳରେ ବରିଷ୍ଠ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା, କଟକ ଜିଲ୍ଲା ସଭାପତି ଶ୍ରୀ ମାନସ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଜ୍ଞାନ ବେଉରା, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା, ୨୦୧୯ର କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ଧରଣୀ ଧର ନାୟକ, ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ, ମାହାଙ୍ଗା କଂଗ୍ରେସ ନେତା ଶ୍ରୀ ଦେବେନ୍ଦ୍ର ସାହୁ, ସାଲେପୁର କଂଗ୍ରେସ ନେତା ଶ୍ରୀ ରବିନ୍ଦ୍ର କର, ଯୁବ ନେତା ବୁଟୁ କର, ଶିବ ପ୍ରସାଦ ବେହେରା, ମାହାଙ୍ଗା ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବେଉରା, କଂଗ୍ରେସ ନେତ୍ରୀ କୁସୁମ ପ୍ରଧାନ, ରିତା ସ୍ୱାଇଁ ପ୍ରମୁଖ ଏହି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।