-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ପାଟଣାଗଡ଼, (ଗୋରେଖନାଥ ବରିହା): ଦାରିଦ୍ର୍ୟର କରୁଣ କାହାଣୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଦାଦନର ରାଜଧାନୀ ବେଳପଡା ବ୍ଲକ ଅନ୍ତର୍ଗତ ଡେବିରିପାଲି ଗାଁ ରେ ଘଟିଯାଇଛି ଅଭାବନୀୟ ଘଟଣା । ବିଗତ ତା .୦୪/୦୧/୨୧ ରେ ବେଳପଡା ବ୍ଲକ ତେନ୍ତୁଳିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଡେବିରିପାଲି ଗାଁ ର ସପୁର ଖମାରୀ ମୃତ୍ୟୁବରଣ କଲେ । ଶବ ସତ୍କାର କରିବା ପାଇଁ ଘରେ କେହିନଥିଲେ । ଏକ ମାତ୍ର ଝିଅ ଶ୍ରୀମତୀ ବିଲାସିନୀ ଭୁଏ @ଖମାରୀଙ୍କୁ ସରଗୁଲ ଗ୍ରାମର ସତ୍ୟ ଭୁଏ ଙ୍କୁ ଘର ଜ୍ବାଇଁ କରି ରଖିଛନ୍ତି । ଗରିବୀର ଦୁଃଖରେ ପେଶୀ ହୋଇ ଦାଦନ ଖଟିଯାଇଥିଲେ ରୋଗୀଣା ଶଯ୍ୟାଶାୟୀ ବୃଦ୍ଧା ମା କୁ ଛାଡି ସୁଦୂର ହାଇଦ୍ରାବାଦ,ସିକିନ୍ଦ୍ରାବାଦ ର କାଳିପେଟ ଇଟାଭାଟିକୁ । ଦଇବର କରାଳ ଗତିରେ ଆର ପାରିକି ଚାଲିଗଲେ ବୃଦ୍ଧା ମା ସ୍ବର୍ଗତ ସପୁର ଖମାରୀ (୫୫) ଦୀର୍ଘ ୨୦ ହେବ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ବହୁ କଷ୍ଟରେ ଦୁଇ ବର୍ଷ ତଳେ ତାଙ୍କ ଝିଅ ଙ୍କୁ ଧାର କରଜ କରି ବିହାହ କରାଇଥିଲେ। ବିଧିର ବିଡ଼ମ୍ବନା ବୃଦ୍ଧା ମା କୁ ମୁଖାଗ୍ନି ଦେବାକୁ, ଶବ ସତ୍କାର କରିବାକୁ କେହିନଥିଲେ । ଜାତି ଭାଇ ଓ ଗାଁ ଲୋକ ମିଶି ଶବ ସତ୍କାର କଲେ । ମା ର ମଲା ମୁହଁ ଦେଖିପାରିଲେନି ଝିଅ ବିଲସିନୀ ଓ ଜ୍ବାଇଁ ସତ୍ୟ । ଝିଅ ବିଲସିନୀ ମା ର ମୃତ୍ୟୁ ଖବର ପାଇ ଇଟାଭାଟି ମାଲିକ ଓ ଦାଦନ ସର୍ଦାର କୁ କାକୁତି ମିନତି ହୋଇ କେତେ ଅନୁରୋଧ କଲା ସତ୍ତ୍ୱେ ମାନବିକତାକୁ ଜଳାଞ୍ଜଳି ଦେଇ ଛାଡ଼ିଲାଣି ଇଟା ଭାଟି ମାଲିକ ଓ ଦାଦନ ସର୍ଦାର । ଶେଷରେ ସମାଜସେବୀ ସନ୍ୟାସୀ ନାଏକ ଓ ଆଦିବାସୀ ନେତା ଗିରିଧାରୀ ଭୋଇଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଗିରିଧାରୀ ଭୋଇ ଏ ବିଷୟରେ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଶ୍ରମ ନିରୀକ୍ଷକ ଦିବ୍ୟ ଶଙ୍କର ଧରୁଆଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ । ଶ୍ରମ ଅଧିକାରୀ ତୁରନ୍ତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ସୁଦୂର ହାଇଦ୍ରାବାଦରେ ଫସି ରହିଥିବା ଦାଦନ ଶ୍ରମିକ ବିଲସିନୀ ଭୁଏ, ସତ୍ୟ ଭୁଏ ଓ ତାଙ୍କର ଛୋଟ ଶିଶୁଙ୍କୁ ଉଦ୍ଧାର କରି ସେଠାରୁ ଫେରାଇ ଆଣିବାର ବ୍ୟବସ୍ଥା କରିଛନ୍ତି ,ବର୍ତ୍ତମାନ ସେମାନେ ଘରକୁ ଫେରୁଛନ୍ତି। ଘରକୁ ପହଁଚିଲେ ସେମାନେ ସମାଜର ରୀତିନୀତି ଅନୁସାରେ ବର୍ତ୍ତମାନ ମା ର ଶୁଦ୍ଧକ୍ରିୟା କରିପାରିବେ ।