-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଭୁବନେଶ୍ୱର,(ପ୍ରେରଣା ଖବର)
ସରକାର ଙ୍କ ନିୟମ ଓଡ଼ିଶା ମୁନିସପାଲ କର୍ପୋରେସନ ଆଇନ-୨୦୦୩ର ଧାରା୨- ୨୦୫, ଧାରା - ୨୦୬, ଧାରା- ୨୧୦, ଧାରା, ୨୧୪ ଏବଂ ଧାରା- ୨୧୫ ଅନୁସାରେ ଗଠନ ହୋଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।୨୦୦୩ ମସିହାରେ ଓଡ଼ିଶା ମ୍ୟୁନିସ୍ପାଲଟି କର୍ପୋରେସନ ଆକ୍ଟ ଅନୁମୋଦିତ ହୋଇଥିଲା । ଏହି ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ଅଧିବାସୀମାନଙ୍କ ଠାରୁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଥିଲା । ସେତେବେଳେ ଭୁବନେଶ୍ୱର ମହାନଗିମ ଅଂଚଳର ଅଧିବାସୀମାନଙ୍କ ଠାରୁ କେବଳ ଘର ବା କୋଠାବାଡ଼ିର ନିର୍ମାଣ ଦୌର୍ଘ୍ୟ ପ୍ରସ୍ତ ହିସାବରେ ଆଦାୟ କରାଯାଉଥିଲା । କିନ୍ତୁ କରୋନା ମହାମାରୀ ସମୟରେ ଯେତେବେଳେ ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକୁ ବଂଚାଇବା ପାଇଁ ଘରଭିତରେ ରେ ଲୁଚି ରହିଥିଲେ ଠିକ୍ ସେତିକି ବେଳେ ଅତି ଚତୁରତାର ସହିତ ରାଜ୍ୟ ସକାରଙ୍କର ସାଧାରଣ ପ୍ରଶସାନର ଅଧିକାରୀ ବୃନ୍ଦ,ସହରାଂଚଳ ବିକାଶ ବିଭାଗର ଅଧିକାରୀ ତଥା ଭୁବନେଶ୍ୱର ମହାନିଗମର କମିଶନର ଏକ ଜନବିରୋଧି ନିୟମଟି କଲେ । ଏହି ନିୟମ ଦ୍ୱାରା ଭୁବନେଶ୍ୱର ସହରାଂଚଳର ସମସ୍ତ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବଡ଼ ବ୍ୟବସାୟପ୍ରତିଷ୍ଠାନ ଗୁଡ଼ିକରୁ ୧୦ରୁ ୧୫ଗୁଣା ସମ୍ପତ୍ତି କର ଲାଗୁ କରି ଦିଆଗଲା । ଏହି ନିୟମ ଓଡ଼ିଶା ମୁନିସିପାଲ କର୍ପୋରେସନ ଆଇନ-୨୦୦୩ର ଧାରା୨- ୨୦୫, ଧାରା - ୨୦୬, ଧାରା- ୨୧୦, ଧାରା, ୨୧୪ ଏବଂ ଧାରା- ୨୧୫ ଅନୁସାରେ ଗଠନ ହୋଇ ନାହିଁ । ଭୁବନେଶ୍ୱର ମହାନଗର ନିଗମର ଏହି ମେରିରାୟ ବିରୁଦ୍ଧରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀପଞ୍ଚାନନ କାନୁନଗୋ ସାମ୍ବାଦିକ ମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ।ଶ୍ରୀ କାନୁନଗୋ ଏବଂ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ମହାନଗର ନିଗମ ସମ୍ପତିକର ବର୍ଦ୍ଧିତ କରିବାର ନିଷ୍ପତି ନେବା ପୂର୍ବରୁ ମ୍ୟୁନିସ୍ପାଲ ଆଇନ ୨୦୦୩କୁ ଅଣଦେଖା କରି ଏକ ଜନବିରୋଧି ନିଷ୍ପତି ନେଇଛନ୍ତି । ଦୀର୍ଘ ୧୦ ମାସରୁ ଅଧିକ ହୋଇଗଲାଣି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି କରୋନା ମହାମାରୀ ଭୟରେ ଜୀବିକା ହରାଇ ସାରିଛନ୍ତି ।ଯେତେବେଳେ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଜୀବନ ଓ ଜୀବିକା ସହିତ ଲଢ଼େଇ କରୁଛି ସେତେବେଳେ ଓଡ଼ିଶା ସରକାରଙ୍କ ଜ୍ଞାତ ସାରରେ ଏଭଳି ଏକ ଜନବିରୋଧି ନିଷ୍ପତି ନିଆଯାଇଛି । ଏହି ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟେକ ଅଧିବାସୀ ଯେଉଁମାନଙ୍କର ଘର ଏବଂ ଜମି ଅଛି ସେମାନଙ୍କରୁ ୧୦ରୁ ୧୫ଗୁଣା ଅଧିକ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ଏବଂ ଆଦାୟ ପାଇଁ ନୋଟିସ ମଧ୍ୟ ଦିଆଯାଉଛି । ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମର ୧୧ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟ୍ୟାକ୍ସ ବାକି ପଡ଼ିଥିବା ବେଳେ ତାକୁ ଆଦାୟ କରିବାରେ ନା ଗନ୍ଧ ଧରୁ ନଥିବା ଅଧିକାରୀମାନେ ୧୦ରୁ ୧୫ଗୁଣା ଅଧିକ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାର ନିୟମ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଓଡ଼ିଶା ମ୍ୟୁନିସପାଲ ଆକ୍ଟ ୨୦୧୫ ଅନୁସାରେ ଭୁବନେଶବର ବିଭିନ୍ନ ଅଂଚଳର ଜମିର ମୂଲ୍ୟାୟନ କରିବାପାଇଁ ଏକ କମିଟି ଗଠନ କରିବା କଥା । ଏହି କମିଟିରେ ଚେୟାରମ୍ୟାନ ଜଣେ ବିଚାରବିଭାଗିୟ ଅଧିକାରୀ ରହିବାର ନିୟମ ରହିଛି ଏବଂ ଅନ୍ୟ ୬ଜଣ ଏଥିରେ ମେମ୍ବର ରହିବା କଥା ଶ୍ରୀ କାନୁନଗୋ ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମର କମିଶନରକୁ ସିଧାସଳଖ ପଚାରିଛନ୍ତି କହିବେ କି କିଏ ଏହି ଭେଲୁଏସନ୍ କମିଟିର ଚେୟାରମ୍ୟାନ ଥିଲେ? କେଉଁମାନେ ମେମ୍ବର
ଥିଲେ ଏବଂ ଏ କମିଟି କେଉଁ ତାରିଖରେ ଗଠନ କରାଯାଇଥିଲା ଏବଂ ସର୍ବସାଧାରଙ୍କ ଅବଗତି ନିମନ୍ତେ ଏହାର ବିଜ୍ଞାପନ କେବେ ଦିଆଯାଇଥିଲା । ଧାରା-୨୦୬ ଅନୁସାରେ ମହାନଗର ନିଗମ ଅଧିବାସୀ ମାନଙ୍କ ଠାରୁ କୌଣସୀ ଅଭିଯୋଗ ମଗାଯାଇଛିକି ଏବଂ କେଉଁ କେଉଁମାନେ ଅଭିଯୋଗ ଦାଖଲ କରିଛନ୍ତି ଭୁବନେଶ୍ୱର ବିଭିନ୍ନ ଅଂଚଳରେ ଏବଂ ଏହି ଶୁଣାଣି ପାଇଁ କେଉମାସ କେଉ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ପ୍ରକାଶିତ ହୋଇଥିଲା । ଯଦି ଏଭଳି ଅଭିଯୋଗ ଶୁଣାଣି ହୋଇ ନାହିଁ ବା କମିଟି ଗଠନ କରାଯାଇ ନାହିଁ ବା ଭୁବନେଶ୍ୱରରେ ଧାରା ୨୦୧୪ ଅନୁସାରେ ଭୁବନେଶ୍ୱର ବିଭିନ୍ନ ଅଂଚଳରେ ୟୁନିଟି ପ୍ରସ୍ତୁତ ହୋଇନାହିଁ । ତାହେଲେ କିଭଳି ଯୋରଯବରଦସ୍ତ ଏବଂ ଜୁଲମ କରି ଏଭଳି ସମ୍ପତି କର (ପ୍ରପଟି କର) ଆଦାୟ କରାଯାଉଛି । ଏହା ସିଧାସଳଖ ଆଇନ ସମ୍ମତ ନୁହେଁ ଏଭଳି ଏକ ଅଗଣତାନ୍ତ୍ରିକ ନିଷ୍ପତି କ’ଣ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ନିଆଯାଇଛିକି । ଏହି ଅଧିକ କର ଆଦାୟ କେଉଁ ବଡ଼ପଣ୍ଡା ମାନଙ୍କ
ହିତ ସାଧନ ଦୃଷ୍ଟିରେ ନିଆଯାଇଛି । ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାଶ କହିଛନ୍ତି ଏ ବର୍ଦ୍ଧିତ ପ୍ରପଟି ବା ହୋଲଡିଂ ଟ୍ୟାକ୍ସ ଆଇନକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ଯେଉଁମାନଙ୍କ ପାଖରୁ ଏହା ଆଦାୟ କରାଯାଇଛି ସେମାନଙ୍କୁ ତୁରନ୍ତ ଫେରସ୍ତ କରାଯାଉ ବା ଯଦି କିଛି ପୂର୍ବ ବକେୟା ଅଛି ସେଥିରେ ଆଜଷ୍ଟଟ କରାଯାଉ ଆସନ୍ତା ଫେବୃଆରୀ ୧୫ ତାରିଖରେ ଯଦି ଭୁବନେଶ୍ୱର ମହାନଗର ନିଗମ ଏହି ଜନବିରୋଧି ନିଷ୍ପତିକୁ ସ୍ଥଗିତ ନ ରଖନ୍ତି ସାରା ମହାନଗର ନିଗମ ଅଂଚଳରେ ଏକ ଜନଆନ୍ଦୋଳନ ସୃଷ୍ଟି ହେବ ଏବଂ ଭୁବନେଶ୍ୱରକୁ ବନ୍ଦ କରିବା ନିଷ୍ପତି ନିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବ୍ଲକ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ଅଶୋକ ଦାସ ଉପସ୍ଥିତ ଥିଲେ ।