-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||     

HOME   ରାଜ୍ୟ

ୱାର୍ଲଡ଼ ଓଡ଼ିଶା ସୋସାଇଟି ଜାନୁୟାରୀ ୧୧ ରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବ

03-Dec-2024



ଭୁବନେଶ୍ବର ; ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ଆସନ୍ତା ବର୍ଷ ଜାନୁୟାରୀ ମାସ ୧୧ ତାରିଖ ଦିନ ଭୁବନେଶ୍ବରଠାରେ ହାଇବ୍ରିଡ ଢଙ୍ଗରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ରାଜ୍ଯ ରାଜଧାନୀରେ ଜାନୁଆରୀ ୮ ରୁ ୧୦ ତାରିଖ, ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ଶେଷ ହେବା ପରଦିନ ୱାଓସୋ ଏହି ଭବ୍ୟ ଦିବସ ମହାସମାରୋହରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଚତୁର୍ଥ ପ୍ରତିଷ୍ଠା ଦିବସକୁ ପ୍ରବାସୀ ଓଡ଼ିଆ ଦିବସ ଭାବରେ ପାଳନ କରାଯିବାକୁଥିବା ଏହାର ଅଧ୍ୟକ୍ଷ କିଶୋର

ଦ୍ଵିବେଦୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ପ୍ରବାସୀ ଓଡ଼ିଆ ଦିବସ ଉପଲକ୍ଷେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ପ୍ରଦର୍ଶନ କରାଯିବା ଉଦ୍ଦେଶ୍ଯରେ 'ଉତ୍କଳ ଉତ୍ସବ' ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯିବ ବୋଲି ଶ୍ରୀ ଦ୍ଵିବେଦୀ ସୂଚାଇଛନ୍ତି । ଶ୍ରୀ ଦ୍ଵିବେଦୀଙ୍କର ସଭାପତିତ୍ବରେ ଆଭାସୀ ମଞ୍ଚରେ ଅନୁଷ୍ଠିତ ୱାଓସୋର ପଦାଧିକାରୀ ଓ କାର୍ଯ୍ୟକାରୀ କମିଟିର ମିଳିତ ବୈଠକରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୃହତ ସମାବେଶରେ ସାରା ବିଶ୍ବରୁ ୱାର୍ଲଡ଼ ଓଡ଼ିଶା ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟଗଣ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ପୃଥିବୀର ବିଭିନ୍ନ ଦେଶରେ ବସବାସ  କରୁଥିବା ଓଡ଼ିଆ ସମାଜର ଛାମୁଆ ପ୍ରତିନିଧିବୃନ୍ଦ ଯୋଗଦେବାର ସମ୍ଭାବନା ରହିଛି। ପ୍ରବାସୀ ଓଡ଼ିଆମାନଙ୍କର କଥିତ ମହାକୁମ୍ଭମେଳାରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ତରଫରୁ ମାତୃ ପ୍ରଦେଶ ଓଡ଼ିଶାର ମାନ, ସମ୍ମାନ ଓ ସମୃଦ୍ଧି ବର୍ଦ୍ଧନରେ ଉଲ୍ଲେଖଯୋଗ୍ୟ ଯୋଗଦାନ ଦେଇଥିବା ରାଜ୍ୟର ବରପୁତ୍ରମାନଙ୍କୁ ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ ଓ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ଆକର୍ଷଣୀୟ ସ୍ମରଣିକା ପ୍ରକାଶ କରାଯିବ।

ଏଠାରେ ପ୍ରକାଶଯୋଗ୍ୟ ଯେ ୨୦୨୧ ମସିହାର ପବିତ୍ର ମକର ସଂକ୍ରାନ୍ତି ତିଥିରେ ବିଶ୍ଵର ୨୦ ଟି ଦେଶର ସଦସ୍ୟଙ୍କୁ ନେଇ ୱାର୍ଲଡ଼ ଓଡ଼ିଶା ସୋସାଇଟି ଗଠନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଡ଼ିଶା ବାହାରେ ବସବାସ କରୁଥିବା ଦେଢ଼ କୋଟି ଓଡ଼ିଆଙ୍କୁ ବିଶ୍ଵ ଓଡ଼ିଆଙ୍କର ଏହି ଶୀର୍ଷ ମଞ୍ଚରେ ଏକଜୁଟ କରି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ଅଭିପ୍ରାୟରେ ସେମାନଙ୍କର ବୌଦ୍ଧିକ ଓ ଭୌତିକ ସମ୍ବଳକୁ ବିନିଯୋଗ କରାଯିବାର ମାଧ୍ୟମ ହେବା। ବର୍ତ୍ତମାନ ୱାଓସୋ ଗଠନର ତିନି ବର୍ଷ ଅତିକ୍ରମ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଏହାର ଉପସ୍ଥିତି ଓ ସଦସ୍ୟତା ବିଶ୍ୱର ୭୨ଟି ଦେଶକୁ ବୃଦ୍ଧି ପାଇଥିବାର ସୂଚନା ମିଳିଛି।

ପଦାଧିକାରୀ ଓ କାର୍ଯ୍ୟକାରୀ କମିଟିର ଆଭାସୀ ବୈଠକରେ ଭାରତରୁ ୱାଓସୋର ପ୍ରତିଷ୍ଠାତ୍ରୀ ଡଃ. ଅରୁନ୍ଧତୀ ଦେବୀ, ଆମେରିକାରୁ ଉପଦେଷ୍ଟା ଧୀରେନ୍ଦ୍ର କର, ଦୁଇ ପ୍ରେସିଡ଼ିୟମ ସଦସ୍ୟ 
ଦୁବାଇରୁ ଅମୀୟ ମିଶ୍ର ଓ ଆବୁଧାବିରୁ ପ୍ରଦୀପ କୁମାର ରଥ, ରୁଷରୁ ଆନ୍ତର୍ଜାତିକ ଆବାହକ ସନ୍ତୋଷ ମିଶ୍ର, ଆମେରିକାରୁ ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ଅଷ୍ଟ୍ରେଲିଆରୁ ଉପାଧ୍ୟକ୍ଷ ଡଃ. ନଳିନୀ ପତି, ଇଂଲଣ୍ଡରୁ ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, କୁଏତ ଅଧ୍ୟାୟର  ସଭାପତି ବିଶ୍ଵ ରଞ୍ଜନ ସାହୁ, ଜିମ୍ବାୱେରୁ ବ୍ରାଣ୍ଡ ପ୍ରୋତ୍ସାହନ ବିଭାଗର ସଂଯୁକ୍ତ ସାଧାରଣ ସମ୍ପାଦକ ସଞ୍ଜୟ ଦାସ, ୟୁକେରୁ  ସାଂସ୍କୁତିକ ସଂଯୁକ୍ତ ସାଧାରଣ ସମ୍ପାଦକ ଡଃ.  ଭାଗ୍ୟଶ୍ରୀ ସିଂହ, ଭାରତରୁ ଅନ୍ୟମାନଙ୍କ ମଧ୍ୟରେ ଜନସମ୍ପର୍କ ଓ ଅଧିନିୟମ ବିଭାଗର ସାଧାରଣ ସମ୍ପାଦକ କୃପାନିଧି ବିଶ୍ଵାଳ,  ମହିଳା ଶାଖାର ସାଧାରଣ ସମ୍ପାଦକ ଡଃ. ଚିଦାତ୍ମିକା ଖଟୁଆ, ମହିଳା ଶାଖାର ଉପସଭାପତି ରୀତା ପାତ୍ର,  ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ଆସାମ ଓଡ଼ିଆ ମହାସଭାର ସଭାପତି ଯୋଗେଶ ସୁନା, ୱାଓସୋର ବରିଷ୍ଠ ସଦସ୍ୟ  ସତ୍ୟବ୍ରତ ମହାନ୍ତି, ମନସ୍ମିତା ଜେନା ନାୟକ, ରାଜାରାମ ପାଢ଼ୀ ଏବଂ ଯୁବ ଟିମର ସଦସ୍ୟ ନନ୍ଦନ ଦ୍ଵିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026
  ଜିଲ୍ଲା  
ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ   10-Oct-2026
  ଜିଲ୍ଲା  
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   10-Oct-2026
  ଜିଲ୍ଲା  
ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   10-Oct-2026

You Might Also Like