-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
02-Dec-2024
ପାଟଣାଗଡ଼(ପୂର୍ଣ୍ଣ ଶଶୀ ଶେଖର ରାଓ)
■■■◇◇◇■■■◇◇◇
ସୂଚନା ଅନୁସାରେ ସୋମବାର ଭୋର୍ ସକାଳ ୫ ଟାରେ ଏକ ପିକ୍ ଅପ୍ ଭ୍ୟାନ ଯୋଗେ ବେଆଇନ ଚୋରାଚାଲାଣ ଚାଲିଥିବା ଖବରପାଇ ଖପ୍ରାଖୋଲ ଫରେଷ୍ଟର ସୁଧୀର କୁମାର ଜେନା, ଫରେଷ୍ଟ ଗାର୍ଡ ରାଜେନ୍ଦ୍ର ଧରୁଆ ଓ ପରିବେଶ ସୁରକ୍ଷା ସ୍କ୍ୱାର୍ଡ
ଉକ୍ତ ଗାଡ଼ି ଟିକୁ ପିଛା କରିଥିବା ବେଳେ ତେଲେନପାଲି ଓ ଘୁଚେପାଲି ରାସ୍ତା ରେ ଧରିବାରେ ସକ୍ଷମ ହୋଇଥିଲେ। ଗାଡ଼ି ଟିକୁ ଛାଡ଼ି ଅନ୍ଧାର ର ସୁଯୋଗ ନେଇ ଡ୍ରାଇଭର ଜଣକ ଫେରାର ମାରିଥିଲା।ଓ, ଆର୍,ଏଇ ୮୩୨୫ ପିକ୍ ଅପ୍ ଗାଡ଼ି କୁ
ଜବତ୍ କରାଯାଇଥିବାବେଳେ ସେଥିରେ ୧୦ କ୍ଵିଣ୍ଟାଲ ଖଇର କାଠ ଜବତ କରିଥିବା ତାର ଆନୁମାନିକ ମୂଲ୍ୟ ୧୫୦୦୦ ଟଙ୍କା ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ବନବିଭାଗ କେତେ ତତ୍ପରତା ର ସହ କାଠ ମାଫିଆ କୁ ଧରିବାରେ ସକ୍ଷମ ହେଉଛନ୍ତି।