-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||     

HOME   ଜିଲ୍ଲା

ଗାଇବାହାଲ ଧାନ କିଣା ମଣ୍ଡି ଶୁଭାରମ୍ଭ କଲେ ନରସିଂହ, ଗତ ବର୍ଷ ଧାନକିଣା କମିଶନ ଶିଘ୍ର ପ୍ରଦାନ କରୁ ସରକାର

02-Dec-2024



ବଲାଙ୍ଗିର(ପ୍ରେରଣା ଖବର)- ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହାଲ ପଂଚାୟତର ଗାଇବାହାଲ ଠାରେ ସ୍ଥାନୀୟ ସାବିତ୍ରୀ ବାଇ ଫୁଲେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଧାନକିଣା କେନ୍ଦ୍ରର ଶୁଭାରମ୍ଭ ମାନ୍ୟବର ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ଯଦିଓ ସରକାର ୨ ତାରିଖରୁ ସବୁ ଆଡେ ଧାନକିଣା ଆରମ୍ଭ ହେବାର ଘୋଷଣା କରିଥିଲେ କିନ୍ତୁ ଆଜି କେବଳ ଔପଚାରିକ ଭାବେ ସମସ୍ତ ଧାନକିଣା କେନ୍ଦ୍ର ଗୁଡିକର ଶୁଭାରମ୍ଭ ହୋଇଛି । ଏ ଅବସରରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଛନ୍ତି ଯେ ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ଧାନ କିଣା କେନ୍ଦ୍ରରେ ଏଫ୍‌ଏକ୍ୟୁ ମେସିନ ରହିବା ଜରୁରୀ କାରଣ ଅଣ ଏଫ୍‌ଏକ୍ୟୁ କୁ ଏହି ମେସିନ ସାହାଯ୍ୟରେ ଏଫ୍‌ଏକ୍ୟୁ କରିସାରିବା ପରେ ମଣ୍ଡିରେ ଧାନକିଣା ହେବ ଏବଂ ଚାଷୀ ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୁଲ୍ୟ ପାଇପାରିବ । ତେଣୁ ଉପସ୍ଥିତ ଥିବା ଧାନକିଣା ସମ୍ବନ୍ଧୀୟ ଅଧିକାରୀମାନେ ପ୍ରଥମେ ଧାନ କିଣିବା ପାଇଁ ଦରକାର ହେଉଥିବା ପ୍ରତ୍ୟେକ ମେସିନ ଯେପରି ଧାନ କିଣା କେନ୍ଦ୍ରରେ ରହିବ ତାହା ସୁନିଶ୍ଚିତ କରନ୍ତୁ । ୨ ତାରିଖ ଧାନ କିଣିବା ପାଇଁ ଘୋଷଣା ହୋଇଥିଲେ ହେଁ ବିଡମ୍ବନା ର ବିଷୟ ଯେ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଟୋକନ ପ୍ରଦାନ କରାଯାଇନାହିଁ । ଏପରି କି ଧାନ ଉଠାଇବାକୁ ଥିବା ମିଲର୍ସମାନଙ୍କୁ ମଧ୍ୟ ଟାର୍ଗେଟ ଦିଆଯାଇନଥିବା ସୂଚନା ଅଛି । ତେଣୁ ନିଶ୍ଚିତ ଭାବରେ ସରକାରଙ୍କୁ ଅନୁରୋଧ କରିବି ସରକାର ଯଦି ପ୍ରକୃତରେ ଚାଷୀଙ୍କ ହିତ ଚାହୁଁଛନ୍ତି ତେବେ ଆନ୍ତରିକତାର ସହ ସଠିକ ଧାନକିଣା ପ୍ରକ୍ରିୟା ଜାରି ରଖିବାକୁ ଦରକାର ହେଉଥିବା ସମସ୍ତ ବ୍ୟବସ୍ଥା କୁ ପ୍ରଥମେ ସୁନିଶ୍ଚିତ କରନ୍ତୁ । ତାହା ହେଲେ ହିଁ ଚାଷି ପାଇଁ ଘୋଷଣା ହୋଇଥିବା ସର୍ବନିମ୍ନ ସହାୟକ ମୁଲ୍ୟ ଏବଂ ବୋନସ ରାଶି ଚାଷୀମାନେ ଠିକ୍ ଠିକ୍ ପାଇପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଧାନକିଣା କେନ୍ଦ୍ରରେ ଗତ ବର୍ଷର ଧାନକିଣା କମିଶନ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ ବୋଲି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠିମାନେ ଅଭିଯୋଗ ରଖିଥିଲେ । ଏହି କେନ୍ଦ୍ରରେ ଅର୍ଡା, ରାଏପାଲି, ଝୁଲ୍ଲାକାନି, ରତନପୁର, ଗଡଦ୍ୱାର ଓ ଗାଇବାହାଲ ଗାଁ ର ସମସ୍ତ ପଂଞ୍ଜିକୃତ ଚାଷୀ ନିଜ ନିଜର ଧାନ ବିକ୍ରି କରିବାର ବ୍ୟବସ୍ଥା ହୋଇଛି । ଏହି ଶୁଭାରମ୍ଭ ସମୟରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ବିଭାଗିୟ ଅଧିକାରୀ ଉପେନ୍ଦ୍ର ସ୍ୱାଇଁ, ସୁଜାତା ମଲ୍ଲିକ, ସସ୍ମିତା ବାଗ, ପଦ୍ମିନୀ ମେହେର, ବିଣା ପ୍ରଧାନ, ସମିତି ସଭ୍ୟ ସଂଯୁକ୍ତ ସେଠ, ସରପଂଚ ତ୍ରିଲୋଚନ ନାଗ, ସାଂସଦ ପ୍ରତିନିଧି ଡା. ଶଶିଭୂଷଣ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୈାଧୁରି, ଅସିତ ମିଶ୍ର, କାନ୍ତେଶ୍ୱର ପ୍ରଧାନ, ଭିକାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026

You Might Also Like