-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
03-Dec-2024
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର,)
ସଜା ଶୁଣି ଆସାମୀ ଚମ୍ପଟ । ନବରଙ୍ଗପୁର କୋର୍ଟ ପରିସରରୁ ଦୁଇ ଆସାମୀ ଫେରାର । ଗତ ୩୧ ଜାନୁୟାରୀ ୨୦୨୪ ମସିହାରେ ଏଟିଏମ ଲୁଟ ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ସିଜେଏମ ରାୟ ଦେବାପରେ ବେଲରେ ଆସି କୋର୍ଟରେ ହାଜର ହୋଇଥିବା ଦୁଇ ଆସାମୀ ହେଲେ ଫେରାର ।ଦୁଇ ଜଣ ହେଲେ ହରିଆଣାର ମେୱ।ତ ଜିଲ୍ଲାର ସାକିଲ ଖାନ ଓ ସାହାରୁଖ ଖାନ ବୋଲି ଜଣାପଡ଼ିଛି । ଗତ ୨୦୨୩ ଜାନୁୟାରୀ ୩୧ ତାରିଖରେ ନବରଙ୍ଗପୁର ସହର ବ୍ଲକ ଅଫିସ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ ରୁ ଲୁଟ ଘଟଣାରେ ଜଡିତ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଥିବା ତିନି ଅଭିଯୁକ୍ତଙ୍କ ସମେତ ବେଲରେ ଥିବା ଦୁଇ ଅଭିଯୁକ୍ତ ଆଜି କୋର୍ଟ ତରଫରୁ ଚୂଡାନ୍ତ ଦଣ୍ଡାଦେଶ ଶୁଣାଇବା ପାଇଁ ଆଜି କୋର୍ଟକୁ ଅଣାଯାଇଥିଲା ।ଏହି ଘଟଣାରେ ମାନ୍ୟବର କୋର୍ଟ ୭ ବର୍ଷ ସଜା ଶୁଣାଇଥିଲେ । ତେବେ କୋର୍ଟରୁ ରାୟ ଆସିବା ପରେ ବେଲରେ ଥିବା ଦୁଇ ଅଭିଯୁକ୍ତ ହରିଆଣାର ମେୱ।ତ ଜିଲ୍ଲାର ସାକିଲ ଖାନ ଓ ସାହାରୁଖ ଖାନ କୋର୍ଟ ପରିସରରୁ ହିଁ ଚମ୍ପଟ ମାରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ।