-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ୨୦ ରୁ , ତୁଷୁରା ଏନ ଏ ସି ଓ୍ବାର୍ଡ ନଂ ୫ ରୁ ୪ ଜଣ ଲେଖାଏଁ , ଓ ଆଗଲପୁର ବ୍ଳକ ସାଲେଭଟା , ବଟିକା, ବଲାଙ୍ଗୀର ସଦର ବ୍ଲକ ସାହାଯବାହାଲ, ମୁରିବାହାଲ ବ୍ଳକ ବନକେଲା, ପାଟଣାଗଡ଼ ଏନ ଏ ସି ଓ୍ବାର୍ଡ ନଂ୩, ଡଙ୍ଗାବାହାଲ, ପୁଇଁନ୍ତଲା ବ୍ଲକ ବିଲେଇସର୍ଡା, ପଥର୍ଲା, ତୁରେକେଲା ବ୍ଲକ ତୁରେକେଲା, ତୁଷୁରା ଏନ ଏ ସି ଓ୍ବାର୍ଡ ନଂ ୭,୧୦, ଗୁଡଭେଲା ବ୍ଲକ ତେତେଲଖୁଣ୍ଟୀ, ମାଧେକେଲା,ମରୁଷୁଡା, ସମରା, ଦେଓଗାଁ ବ୍ଲକ ବଡବନ୍ଧ, ଗାଇବାହାଲ, ଜରାସିଂହା, ମୁକୁନ୍ଦପୁର, ବଲାଙ୍ଗୀର ପୌରପାଳିକା ଓ୍ବାର୍ଡ ନଂ ୪,୫,୮,୧୧, ୧୩,୧୯ ରୁ ଜଣେ ଲେଖାଏଁ ଓ ଦେଓଗାଁ ବ୍ଲକ ଦେଓଗାଁ ରୁ ୭ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୮୬୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୩ ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ ୮୪୮୪ ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ l