-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ନର୍ଲା(ସଞ୍ଜୀବ ଦାସ)
କଳାହାଣ୍ଡିର ଜିଲ୍ଲା ନର୍ଲା ବ୍ଳକ ଘୋଡାବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ବ୍ରାହ୍ମଣୀ ଗାଁ ନଦୀ କୂଳରେ ଦୀର୍ଘ ୨୫ବର୍ଷ ଧରି ବସବାସ କରୁଥିବା ୨୫ଗୋଟି ପରିବାର ନିଜସ୍ଵ ଘରଡିହ ପଟ୍ଟା ନ ଥିବାରୁ ସରକାରଙ୍କ ଆବାସ ଗୃହ ପାଇବାରେ ବଞ୍ଚିତ ହୋଇ ଆସୁଛିନ୍ତି । ପୁନଶ୍ଚ ଉକ୍ତ ସରକାରୀ ଜାଗାରେ ବସବାସ କରୁଥିବାରୁ ଜରିମାନା ଆକାରରେ ଅର୍ଥ ଆର୍ ଆଇ ଅଫିସରେ ପୈଠ କରୁଥିଲେ ।ଖବର ପ୍ରସାରଣ ପରେ ପରେ ସ୍ଥାନୀୟ ତହସିଲଦାର ତୁଲାପଡା ରାଜସ୍ୱ ବିଭାଗ ଅଫିସରେ ପହଞ୍ଚି ବ୍ରାହ୍ମଣୀ ଗାଁ ନକ୍ସାକୁ ଚିହ୍ନଟ କରି ହିତାଧିକାରୀଙ୍କୁ ନିକଟସ୍ଥ ଘୋଡାବନ୍ଧଠାରେ ଘରଡିହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ରାଜସ୍ୱ ନିରୀକ୍ଷକଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବ୍ରାହ୍ମଣୀ ଗାଁ ପଡାବାସୀ ଜଗନ୍ନାଥ ସୁନା, ରୋହିତ ନାଗ, ରାମେଶ୍ବର ବାଗ,ପଦ୍ମା କରୁଆଁ ଓ ୱ।ଡସଭ୍ୟ ନର୍ଲା ତହସିଲଦାର ଏମାନଙ୍କ ଦୁଃଖ ଦୂର କରିବାକୁ ପ୍ରୟାସ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।