-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଭୁବନେଶ୍ଵର ଆନୁକୁଲ୍ୟରେ ରାଜ୍ୟ ସଭାପତି ବିଶ୍ବରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସପ୍ତାହ ବ୍ୟାପି ଚାଲୁଥିବା ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ' କାର୍ଯ୍ୟକ୍ରମ ଆଜି ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ ଙ୍କୁ ସାକ୍ଷାତ କରି ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ଦାବିପତ୍ର ପ୍ରଦାନ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପତ୍ର ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ଆବଶ୍ୟକୀୟ ସହଯୋଗ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଧାୟକ ସମ୍ମତି ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତ ରଖିଥିଲେ । ସଂଘର ଜିଲ୍ଲା ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱାଳ,ଅଧ୍ୟାପକ ରାଜୀବ ମହାପାତ୍ର, ଅଧ୍ୟାପକ ପୁସ୍ତମ ମେହେର,ସରୋଜ କୁମାର ବିଶି ପ୍ରମୁଖ ଉପସ୍ଥିତ ଥିଲେ l