-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ): ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ଦାଦରପାଲି ଠାରେ ଚାଲିଥିବା ୬ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ ଘିଚାପାଲି ଓ ବରଘାଟ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା l ମ୍ୟାଚ ଟି ଫର୍ମାଟ ରେ ଖେଳାଯାଇଥିଲା ପ୍ରଥମେ ଟସ ଜିଣି ବରଘାଟ ଦଳ ବ୍ୟାଟିଙ୍ଗ କରି ପ୍ରଥମ ଫର୍ମାଟରେ ନିର୍ଧାରିତ ୧୨ଓଭର ରେ ସମସ୍ତ ଉଇକେଟ ହରାଇ ୩୪ ରନ କରିଥିଲା l ଦଳପକ୍ଷ ରୁ ଅର୍ଜୁନ ସର୍ବାଧିକ ୧୧ରନ କରିଥିଲେ ବିପକ୍ଷ ଦଳ ର ଚନ୍ଦ୍ରଶେଖର ଲୁହା ୩ଟି, ମିଳନ ଓ ବବୁଲ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ l ଯବାବ ରେ ଘିଚାପାଲି ୩ଓଭର ରେ ୨ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ଦ୍ଵିତୀୟ ଫର୍ମାଟ ରେ ଘିଚାପାଲି ନିର୍ଧାରିତ ୮ ଓଭର ରେ ୨ଉଇକେଟ ହରାଇ ୯୫ ରନ କରିଥିଲା l ଦଳ ପକ୍ଷ ରୁ ଦେବାଶିଷ ୧୨ବଳ ରୁ ୨୮ରନ ଓ ଆଶିଷ ୧୩ବଳ ରୁ ୨୪ରନ ସଂଗ୍ରହ କରିଥିଲେ l ବିପକ୍ଷ ଦଳ ର ଅକ୍ଷ ୨ଟି ଉଇକେଟ ନେଇଥିଲେ l ଯବାବ ରେ ବରଘାଟ ୮ଓଭର ରେ ଗୋଟିଏ ଉଇକେଟ ହରାଇ ୮୦ ରନ କରି ଉଭୟ ଫର୍ମାଟରେ ପରାସ୍ତ ହୋଇ ଘିଚାପାଲି ଦଳ କୁ ଚମ୍ପିୟାନ କରିଥିଲା l ମ୍ୟାନ ଅଫ ଦ ମ୍ୟାଚ ଦେବାଶିଷ ଜଗଦଳା ଓ ମ୍ୟାନ ଅଫ ଦ ସିରିଜ ପିଣ୍ଟୁ ଝାଙ୍କର ଭାବେ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣୀ ଉତ୍ସବ ରେ ସ୍ୱେଚ୍ଛାସେବୀ ବିଜୟ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜାତା ଘିଚାପାଲି ଦଳକୁ ଟ୍ରଫି ସହ ୩୩୦୦ ଟଙ୍କା ଓ ଉପବିଜେତା ଦଳ କୁ ଟ୍ରଫି ଶହ ୨୩୦୦ ଟଙ୍କା ର ରାଶି ପ୍ରଦାନ କରାଯାଇଥିଲା l ମ୍ୟାଚ ଗୁଡିକ ଅନନ୍ତ ମେଣ୍ଡିଲି ଓ ବିଜୟ ପଧାନ ପରିଚାଳନା କରିଥିବା ବେଳେ ପିଣ୍ଟୁ ମହାକୁର ସ୍କୋରିଙ୍ଗ ଓ ବିହାରୀ ମହାକୁର ଧାରବିବରଣୀ ପ୍ରଦାନ କରିଥିଲେ l