-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
ବରପାଲି(ସୁଦାମ ଦୀପ):ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ଜିଲ୍ଲା ଜାବ୍ର ଉପ-ସଭାପତି ପ୍ରଭୁଚରଣ ମହାନ୍ତିଙ୍କ ମାତା ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ୱର୍ଗତ ପଞ୍ଚାନନ ମହାନ୍ତିଙ୍କ ଧର୍ମପତ୍ନୀ ଶୈଳବାଳା ମହାନ୍ତି (୮୪)ଙ୍କ ଆଜି ପରଲୋକ ହୋଇଯାଇଛି। ସ୍ୱର୍ଗତା ମହାନ୍ତି ଦୀର୍ଘ ଦିନରୁ ବୟସାଧିକ କାରଣରୁ ଅସୁସ୍ଥ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ସେ ଜଣେ ମେଳାପୀ, ହୃଦୟୀ, ପରୋପକାରୀ ମହିଳା ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଚାରି ପୁଅ ପ୍ରଭୁଚରଣ ମହାନ୍ତି, ବିଭୁଚରଣ ମହାନ୍ତି, ରିଭୁଚରଣ ମହାନ୍ତି, ଶମ୍ଭୁଚରଣ ମହାନ୍ତି, ଦୁଇ ଝିଅ ଅଞ୍ଜନା ଓ ବାସନ୍ତୀଙ୍କ ସହ ନାତିନାତୁଣୀ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ବରପାଲି ସ୍ଥିତ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ପ୍ରଭୁଚରଣ ମହାନ୍ତି ମୁଖାଗ୍ନି ଦେଇଥିଲେ।