-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
ତୁଷୁରା(ପଞ୍ଚାନନ ନାଏକ): ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୨୦୨୪-୨୫ ଶିକ୍ଷା ବର୍ଷର ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ପ୍ରିୟବ୍ରତ ଛତ୍ରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍.ଏ.ସି ର ଉପାଧ୍ୟକ୍ଷା ମାମି ଦାସ ଯୋଗଦେଇ ଶିଶୁମାନଙ୍କୁ ଦୁଇହଳ ଲେଖାଏଁ ପୋଷାକ ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ, ବିଦ୍ୟାଳୟ ପରିଚାଳନା ସମିତି ର ଉପ-ସଭାପତି ଜନନୀ ଧରୁଆ, ସଦସ୍ୟା ଚନ୍ଦ୍ରକାନ୍ତି ଦଣ୍ଡସେନା, ସୌଦାମିନୀ ମହାନନ୍ଦ, ସଦସ୍ୟ ମୂରଲୀଧର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ, ବିନ୍ଦୁ ମହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ଅଭିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ରହି ଶିଶୁଙ୍କ ସହ ପୋଷାକ ଗ୍ରହଣ କରିଥିଲେ। ଔରୋଶ୍ରୀ ନୂଆପଡା ର ପୋଷାକ ବିତରକ ସଂସ୍ଥା ପୋଷାକ ଯୋଗାଇ ଦେଇଥିଲେ।