-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ୭୧ତମ ସମବାୟ ସପ୍ତାହ ପାଳିତ

21-Nov-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନଠାରେ ଜିଲା ସମବାୟ ସଂଘ ସଭାନେତ୍ରୀ  ଶ୍ରୀମତୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ୭୧ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏହି  ଅବସରରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ଅଧିକ ସମବାୟ ଅନୁଷ୍ଠାନ ଗଠନ କରି ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ସଶକ୍ତିକରଣ କରିବାକୁ

ପରାମର୍ଶ ଦେଇଥିଲେ।ସରକାର ଚାଷୀଙ୍କ ଉନ୍ନତି ପାଇଁ ଧାନର ସର୍ବନିମ୍ନ ମୂଲ୍ୟ  ୩୧୦୦  ଟଙ୍କାରେ ଚଳିତବର୍ଷ ଧାନ କିଣାରେ ପ୍ରଦାନ କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ,ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିବା ବେଳେ ,ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି  ଅରୁଣ କୁମାର ପ୍ରଧାନ, ଡିଆରସିଏସ ତୃପ୍ତି କଲ୍ୟାଣ ସେଠୀ ,ନାବାର୍ଡ ଡିଡିଏମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମବାୟ ଆନ୍ଦୋଳନକୁ ଜିଲାରେ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ। ଜିଲା ସମବାୟ ସଂଘର ୧୨ଜଣ ପରିଚାଳନା ନିର୍ଦ୍ଦେଶକ ଓ ବିଭିନ୍ନ ଲ୍ୟାମ୍ପସ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ।
୧୯୦୪ମସିହା ଠାରୁ ଦେଶରେ ସମବାୟ ଆଇନ କାର୍ଯ୍ୟକାରୀ ହୋଇଥିଲା ବେଳେ  ଓଡିଶାରେ ତାର ଛ ବର୍ଷ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ କଟକରେ ଖାଉଟି ସମବାୟ ଭଣ୍ଡାର ପ୍ରତିଷ୍ଠା କରି ସମବାୟ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ବୋଲି ସଂଘ ର ସଭାନେତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଜନସାଧାରଣଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ରେ ସମବାୟ ଅନୁଷ୍ଠାନ ମାନଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ।ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟ ତଥା ଦେଶର ଅର୍ଥ ନୈତିକ ବିକାଶ ହୋଇ ପାରିବ ବୋଲି ମଧୁବାବୁ  କହୁଥିଲେ। ମଣିଷର  ଅର୍ଥ ନୈତିକ ବିକାଶ ପାଇଁ ସମବାୟ ହିଁ ପ୍ରକୃଷ୍ଟ  ମାଧ୍ୟମ।ଏହି ଅବସରରେ କନ୍ଧମାଳ ଜିଲ୍ଲାର ସମବାୟ ଆନ୍ଦୋଳନର ପୁରୋଧା ହିସାବରେ ଗୌରୀ ଶଙ୍କର ପଟନାୟକଙ୍କୁ ଅତିଥିମାନେ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।ଶ୍ରେଷ୍ଠ ଲ୍ୟାମ୍ପସ ଭାବେ ଜି ଉଦୟଗିରି ଓ ବ୍ରାହ୍ମଣୀ ଗାଁ ଲ୍ୟାମ୍ପସକୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ନିଷ୍ଠାପର ସେବା ପାଇଁ ଫୁଲବାଣୀ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ଓ ବାଲିଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ  ସୁନିଲ ସାହୁଙ୍କୁ ମଞ୍ଚରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ବୌଦ୍ଧ ସମବାୟ ବ୍ୟାଙ୍କ  ପରିଚାଳକ କ୍ଷୀରୋଦ କୁମାର ମିଶ୍ର,ଇନ୍ସପେକ୍ଟର ସତ୍ୟଜିତ ସେଠୀ,ଅଡିଟର ଗୋପାଳ କୃଷ୍ଣ ପ୍ରଧାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏହା ସହିତ ୨୪ଗୋଟି ଲ୍ୟାମ୍ପସର ୨୪ଜଣ ଅଗ୍ରଣୀ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଗୁଜରାଟ ଆନ୍ଧ୍ରପ୍ରଦେଶ ଭଳି ଓଡିଶା ରେ ସମବାୟ ଆନ୍ଦୋଳନ ସଶକ୍ତ ହେବା ଆବଶ୍ୟକ। ସେଥିପାଇଁ ହୀନମନ୍ୟତା ଓ ସ୍ୱାର୍ଥପରତା ଛାଡି  ସହଭାଗିତା ଓ ସହଯୋଗ ବୃଦ୍ଧି ହେବା

ଆବଶ୍ୟକ ବୋଲି ବିଧାୟକ କହିଥିଲେ। କନ୍ଧମାଳ ଜିଲ୍ଲାରେ ବିକଳ୍ପ ରୋଜଗାର ପାଇଁ  ପ୍ରତି ବ୍ଲକରେ ଓ ପଞ୍ଚାୟତରେ ସମବାୟ ସମିତି ଗଠନ କରି ଗରିବ ଖଟିଖିଆଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ବ୍ୟବସ୍ଥା କରିବା ଆବଶ୍ୟକ।ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୩ଜଣ କୃତି ପ୍ରତିଯୋଗୀଙ୍କୁ ଟ୫୦୦୦/-, ଟ୩୦୦୦/-ଓଟ୨୦୦୦/- ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ସମବାୟ ସମୂହ ନିବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର କହଁର, ଏମଡି ଶ୍ରୀ ଭୀମସେନ ସାହୁଜିଲ୍ଲା ସମବାୟ ସଙ୍ଘ ସଭାପତି ଓ ସଂଘ ସମ୍ପାଦିକା ଜ୍ୟୋତିର୍ମୟୀ ପ୍ରଧାନଙ୍କ,ସତ୍ୟବ୍ରତ ସାହୁ ଖଜୁରୀପଡା, ମନୋଜ ମାର୍କଣ୍ଡ କୋଟଗଡ଼, ପ୍ରଦୀପ ବେହେରା ଶଙ୍କରାଖୋଲ ସମେତ  ଜିଲ୍ଲାର ସାମସ୍ତ ଏମଡି ଆର ଏମ ସି ସେତକ୍ରେଟେରୀ ଶ୍ରୀସୁମନ୍ତ କୁମାର ସାହୁ ପ୍ରମୁଖଙ୍କ ସହିତ ସମସ୍ତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।ସମବାୟ କାର୍ଯାଳୟଠାରେ ସପ୍ତାହ ପ୍ରାରମ୍ଭରେ ସମବାୟ ପତକା ଉତ୍ତୋଳନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like