-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
ରେଢ଼ାଖୋଲ(ଅନିଲ ପୃଷ୍ଟି) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜ ଅନ୍ତର୍ଗତ ଗଡାଖୋଲ ଜଂଗଲରେ ଗୁରୁବାର ମଧ୍ୟାହ୍ନରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ତ୍ରୀବଣପୁର ପଞ୍ଚାୟତ ତେଲସିଂ ଗ୍ରାମର କିଶୋରୀ ଚନ୍ଦ୍ର ପ୍ରଧାନ ଓ ସୋନପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗରିଆ ମୁଣ୍ଡା ଗ୍ରାମର ଦୟାନିଧୀ ବାଘ । ଦୁହେଁ ରତ୍ନାବଡମାଳ ନିକଟ ଗୋଡାଖୋଲ ଜଂଗଲରେ ୨୩ ଟିକିଆ ହାତୀପଲ ଙ୍କୁ ଟ୍ରାକିଂ କରୁଥିଲେ । ହେଲେ ହଠାତ୍ ଏକ ଦନ୍ତା ହାତୀ ଆସି ଦୁହିଁଙ୍କୁ ଆକ୍ରମଣ କରିଥିଲା ଫଳରେ ଦୁହେଁ ଗୁରୁତର ହୋଇପଡିଥିଲେ ସାଙ୍ଗରେ ଥିବା ଅନ୍ୟ ବନ କର୍ମଚାରୀ ସେମାନଙ୍କୁ ହାତୀ କବଳରୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।