-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
ଟିକାବାଲି(ରମେଶ ପଣ୍ଡା): ଟିକାବାଲି ଥାନା ଅନ୍ତର୍ଗତ ମୁଣିଙ୍ଗିଆ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି l ଏଥିରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ସୂଚନା ଅନୁସାରେ ଦୁଇ ଜଣ ଯୁବକ ଗୋଟିଏ ହିରୋ ଫେସନ ପ୍ଳସ ବାଇକ ଯୋଗେ ଟିକାବାଲି ପଟୁ ମୁଣିଙ୍ଗିଆ ଅଭିମୂଖେ ଯାଉଥିବା ସମୟରେ ରାସ୍ତା କଡରେ ଥିବା ଗଛରେ ବାଡେଇ ହୋଇ ର୍ଦୁଘଟଣାଗ୍ରସ୍ତ ହୋଇ ଗୁରୁତର ଆହାତ ହୋଇଥିଲେ।ସ୍ଥାନୀୟ ଲୋକ ପହଞ୍ଚି ୧୦୮ ଆମ୍ବୁଲାନସ ଯୋଗେ ଦୁଇ ଜଣଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣି ପ୍ରାଥମିକ ଚିକିତ୍ସା କଲା ପରେ ଅଧିକା ଗୁରୁତର ଥିବାରୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନସ ଯୋଗେ ନେଉଥିବା ସମୟରେ ଟିକାବାଲି ଥାନା ଅନ୍ତର୍ଗତ ସଲପଗାଁ ନିବାସୀ ସାମନ୍ତ ଦିଗାଲଙ୍କ ୧୬ବର୍ଷିୟ ପୁତ୍ର ସୁଭମ ଦିଗାଲ (ନିଖିଲ) ଙ୍କ ଫୁଲବାଣୀର ମାଦିକୁନ୍ଦା ଛକ ନିକଟରେ ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ଜଣା ପଡିଛି।ସେହିପରି ଅନ୍ୟ ଗୁରତ୍ବର ଥିବା ଯୁବକ ଟିକାବାଲି ଥାନା ଅନ୍ତର୍ଗତ ବାହାଡାସାହି ନିବାସୀ ଭଗବାନ କହଁରଙ୍କ ୧୮ବର୍ଷିୟ ପୁତ୍ର ପ୍ରବୀଣ କହଁର(ବଣ୍ଟି) ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l