-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||     

HOME   ଜିଲ୍ଲା

ସ୍ୱାତି ଅନୁଷ୍ଠାନ ର ମାନସିକ ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

21-Nov-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକରୁଥିବା ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ  ବେସିକ ନିଡ୍ ଇଣ୍ଡିଆ ସହଯୋଗ ରେ ଚାଲିଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ଦିନିକିଆ କର୍ମଶାଳା ଜିଲ୍ଲା ଜି.ଏନ୍.ଏମ୍ ତାଲିମ୍ କେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଛି  ।  ଏହି କର୍ମଶାଳା ରେ ମାନସିକ ଅସୁସ୍ଥ ବ୍ୟକ୍ତି ବିଶେଶ ଙ୍କୁ କୁପରି ଚିକିତ୍ସା ଦେବା ସହ ସେମାନଙ୍କ ର ଯତ୍ନ ନିଆଯାଇ ପାରିବ ତାହା ବର୍ତମାନ ସମୟରେ ଏକ ଚ୍ୟାଲେଞ ପରି ହୋଇଥିବା ବେଳେ  ଉକ୍ତ ସେବାକୁ କିଭଳି ଲୋକଙ୍କ ନିକଟରେ ପହଞ୍ଚାଇ ଦିଆଯାଇ ପାରିବ ଉକ୍ତ ବିଷୟରେ ଶିବିରରେ  ତାଲିମ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢି ଯୋଗଦେଇ ଚାପ ମୁକ୍ତ ଜିବନ ବିତାଇ ପାରିଲେ ମାନସିକ ଅସୁସ୍ଥତା କୁ ଦୂର କରିହେବ ବୋଲି ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ  । ତତ୍ସହିତ ଜାତିୟ ସ୍ୱାସ୍ଥ୍ୟ ମିଶନ୍ର କନ୍ଧମାଳ ଜିଲ୍ଲା ପ୍ରୋଗ୍ରାମ ମୁଖ୍ୟ ପରିଚାଳକ ଶ୍ରୀ ମନୋରଞନ ସାହୁ ଉପସ୍ଥିତ ରହି ଗାଁଗହଳି ରୁ ଆସି ଯୋଗ ଦେଇଥିବା ମାନସିକ ଅଶୁସ୍ଥ ବ୍ୟକ୍ତି ମାନଙ୍କର ସାହାଯ୍ୟ ଓ ସୁସ୍ଥ ଜିବନ କାମନା କରିଥିଲେ  । କାର୍ଯକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଜତ କୁମାର ଦିଗାଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ , ଅତିରିକ୍ତ ଜିଲ୍ଲା ପଷୁ ଚିକିତ୍ସା ଅଧିକାରି ଡାକ୍ତର ପ୍ରଣବ କିଶୋର ପଟନାୟକ, ଫୁଲବାଣୀ ବ୍ଲକ୍ ସାମିଜିକ ସୁରକ୍ଷା ଅଧିକାରୀ ଉଷାରାଣୀ ପ୍ରଧାନ, ଫୁଲବାଣୀ ଶିଶୁ ବିକାଶ ଅଧିକାରି ବୈଜୟନ୍ତି ମଲ୍ଲିକ ଉପସ୍ଥିତ ରହି ମାନସିକ ଅସୁସ୍ଥତା ରୁ ଜନସାଧାରଣଙ୍କୁ ମୁକୁଳାଇବାକୁ ହେଲେ ଯତ୍ନକାରୀ ମାନଙ୍କ ର ଭୂମିକା ଅଧିକ ରଖିବାକୁ ପଡିବ ବୋଲି କହିଥିଲେ ତତତ୍ସହିତ ଗ୍ରାମ୍ୟ ସ୍ତରରେ ମହିଳା ଓ ଶିଶୁବିକାଶ ତରଫରୁ ତୀକ୍ଷଣ ନଜର ରଖାଜିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ନିଜ ନିଜ ବିଭାଗରେ ଥିବା ବ୍ୟବସ୍ଥା କୁ ପାଥେୟ କରି ଯେତେ ଦୂର ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ  । ବରିଷ୍ଠ ଆଇନଯିବୀ ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ରୋଟାରୀ କ୍ଲବ୍ ଫୁଲବାଣୀ ଙ୍କ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ  । ବେସିକ୍ ନିଡ୍ ଇଣ୍ଡିଆ ର ରାଜ୍ୟ ସଂଯୋଯକ ରାଜିବ କର୍ମୀ ପ୍ରକଳ୍ପ ମାଧ୍ୟମରେ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନା କରିବା ସହିତ ଏହା କିପରି ଗୋଷ୍ଠି ସ୍ତରରେ ପରିଚାଳନା କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ  ।  ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ଵାତିର  ସାଧାରଣ ସଂପାଦକ ଇଁ ଶ୍ରୀ ହରି ଶଙ୍କର ରାଉତ ସଭା  ପରିଚାଳନା କରିବା ସହ ସ୍ୱାତୀ ଅନୁଷ୍ଠାନ ସଦାସର୍ବଦା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଓ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପାଇଁ ସବୁ ସମୟରେ ସେବା ଜାରିରଖିବ ବୋଲି ପ୍ରତିଶୃତି ଦେଇଥିଲେ  । ମାନସିକ ଅସୁସ୍ଥ କାର୍ଯ୍ୟକ୍ରମର ଏକ ସମ୍ୟକ ବିବରଣୀ ପ୍ରକଳ୍ପ ସଂଯୋଯକ ବୈକୁଣ୍ଠ ଚନ୍ଦ୍ର ଦାସ ପି.ପି.ଟି. ମାଧ୍ୟମରେ ଉପସ୍ଥାପନା କରିଥିଲେ  । ଆଲୋକ ସାମନ୍ତରାଏ, ପ୍ରଦିପ ସ୍ୱାଇଁ ଓ ଅନ୍ୟ ସ୍ୱେଚ୍ଛାସେବୀ ମାନେ ପରିଚାଳନା ରେ ସହ ଯୋଗ କରିଥିବାବେଳେ ପରିବାର ସହାୟକ ଗୋଷ୍ଠି ତରଫରୁ ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026

You Might Also Like