-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||     

HOME   ଜିଲ୍ଲା

ପରିବହନ ଗାଡିରେ ଓଭରଲୋଡିଙ୍ଗ ବନ୍ଦ ପାଇଁ ଦାବୀ 

21-Nov-2024



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ପରିବହନ କ୍ଷେତ୍ରରେ ବ୍ୟାପକ ଭାବରେ ଓଭରଲୋଡିଙ୍ଗ କରାଯାଇ ଗାଡି ଚଳାଚଲ ହେଉଥିବା କାରଣରୁ ବ୍ୟାପକ ରାଜସ୍ବହାନୀ ହେବା ସହିତ ରାସ୍ତାରେ ଦୁର୍ଘଟଣାଜନିତ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଜିଲ୍ଲାରେ ସରକାରୀ ସଂସ୍ଥା ଓ.ଏସ୍. ଡବ୍ଲୁ. ସି  ଏବଂ  ସି. ଡବ୍ଲୁ. ସି ଗୋଦାମ ଗୁଡିକରେ ଗଚ୍ଛିତ ପାଇଁ ଧାନ, ଚାଉଳ, ମକା ଇତ୍ୟାଦି ସାମଗ୍ରୀ ପରିବହନ କ୍ଷେତ୍ରରେ ବ୍ୟାପକ ଭାବେ ଓଭର ଲୋଡିଙ୍ଗ ଗାଡି ଆସୁଥିବାର ଅଭିଯୋଗ ହେଉଛି । ଅନେକ ସମୟରେ ପରିବହନ ହେଉଥିବା ଟ୍ରକ ଗୁଡିକରୁ ଧାନ ବସ୍ତା ଖସିଯାଇ ପଛରେ ଆସୁଥିବା ଗାଡି ମଟର ତଥା ଲୋକ ମାନଙ୍କ ଉପରେ ପଡ଼ିଯାଇ କ୍ଷୟକ୍ଷତି ହୋଇଥିବା ଅନେକ ଘଟଣା ହୋଇଥିବା ଜଣାପଡିଛି। ଓଭରଲୋଡିଙ୍ଗ କରାଯାଇ ଗାଡି ଚଳାଚଳ ହେଉଥିବା କାରଣରୁ ବ୍ୟାପକ ଭାବେ ସରକାରୀ ରାଜସ୍ବହାନି ହେଉଥିବାର କୁହାଯାଉଛି । ଏସମ୍ପର୍କରେ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ କେଶ ନମବର ଡବ୍ଲୁସି.(ସି)୧୩୬/୨୦୦୩ ଆଧାର ରେ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ଆର୍ ଟି- ୧୬୦୩୧/୬/୨୦୦୫- ୧୪୧୧୨୦୦୫ ଯୋଗେ ସାମଗ୍ରୀ ପରିବହନ କ୍ଷେତ୍ରରେ ଓଭରଲୋଡିଙ୍ଗ ବନ୍ଦ କରିବାକୁ ପରିବହନ ବିଭାଗ ଷଷଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି OSWC କେସିଙ୍ଗା ପକ୍ଷରୁ ପତ୍ର ସଂଖ୍ୟା ୩୫୪ ତା. ୧୭.୦୮.୨୦୧୯ ଯୋଗେ ସମସ୍ତ ଟ୍ରକ ମାଲିକ ସଙ୍ଘକୁ ତା ୧୯.୦୮.୨୦୧୯ ସୁଦ୍ଧା ଟ୍ରକ ଗୁଡିକରେ ଓଭରଲୋଡିଙ୍ଗ ବନ୍ଦ କରିବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି। CWC କୋକସରା ପକ୍ଷରୁ ପତ୍ର ସଂଖ୍ୟା ୭୨ ତା ୦୮.୦୮.୨୦୧୯ ଯୋଗେ ଅଭର ଲୋଡିଙ୍ଗ ବନ୍ଦ କରିବାକୁ ଅନୁରୋଧ କରା ଯାଇଥିବା ସହିତ  ଓଭରଲୋଡିଙ୍ଗ ଟ୍ରକ ପଠାଇଲେ ନିୟମ ଅନୁଯାୟୀ ଦଣ୍ଡିତ ହେବାକୁ ମଧ୍ୟ ତାଗିଦ କରାଯାଇଥିବା ପ୍ରକାଶ । କଳାହାଣ୍ଡି ପରିବହନ ଅଧିକାରୀଙ୍କ ପକ୍ଷରୁ ପତ୍ରସଂଖ୍ୟା ୧୪୫୭ ତା ୦୮.୦୮.୨୦୧୯ ଯୋଗେ ଓଭର ଲୋଡିଙ୍ଗ ବନ୍ଦ କରିବାକୁ ଅନୁରୋଧ କରିବା ସହିତ ଖିଲାପ କଲେ ଟ୍ରକ ମାଲିକ ଓ ସାମଗ୍ରୀ ପରିବହନକର୍ତ୍ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କଳାହାଣ୍ଡି ପରିବହନ ଅଧିକାରୀଙ୍କ ପକ୍ଷରୁ ପୁନର୍ବାର ପତ୍ର ସଂଖ୍ୟା ୧୬୬୬ ତା ୧୪.୧୧.୨୦୨୨ ଯୋଗେ ଓଭରଲୋଡିଙ୍ଗ ବନ୍ଦକରିବାକୁ ସିଡବ୍ଲୁସି ଏବଂ ଓ ଏସ୍ ଡବ୍ଲୁ ସି କୁ ନିର୍ଦ୍ଦେଶ ଦେଇଛନ୍ତି । 
ଏସବୁ ସତ୍ବେ ଜିଲ୍ଲାରେ ସାମଗ୍ରୀ ପରିବହନ କ୍ଷେତ୍ରରେ ବ୍ୟାପକ ଭାବେ ଅଭର ଲୋଡିଙ୍ଗ ପରିବହନ ଗାଡି ଚାଲୁଥିବା ଯୋଗୁଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ପତ୍ର ସଂଖ୍ୟା ୪୦୧ ତା ୦୧.୦୩.୨୦୨୪ ଯୋଗେ କଳାହାଣ୍ଡି ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହେଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । 
ଅନ୍ୟପକ୍ଷରେ CWC ଏବଂ OSWC ଭଳି ସରକାରୀ ସଂସ୍ଥା ସହିତ ଜଡ଼ିତ ସାମଗ୍ରୀ ପରିବହନ ବ୍ୟବସ୍ଥା ରେ ଏଭଳି ଭାବେ ସରକାରୀ ନିର୍ଦ୍ଦେଶନାମା କୁ ଅଣଦେଖା କରାଯାଇ ଅଭର ଲୋଡିଙ୍ଗ ସାମଗ୍ରୀ ପରିବହନ କରାଯାଉଥିବା ଘଟଣାକୁ ସାଧାରଣରେ ଗ୍ରହଣ କରାଯାଇ ପାରୁ ନାହିଁ । 
ଏସମ୍ପର୍କରେ ଆବଶ୍ୟକୀୟ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ପରିବହନ ସଚିବ ଓ ପରିବହନ କମିଶନର ଙ୍କ ପାଖରେ ଦାବି କରିଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026

You Might Also Like