-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2024
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ଖଡିଆଳ ଲାଲ ସାହେବ ପଡ଼ା ଠାରେ ଆଜି ଦିବ୍ୟ ଅନୁଭୂତି ଭବନ ଶୁଭ ଉଦ୍ଘାଟନ ହୋଇଯାଇଅଛି। ଏହି ଦିବ୍ୟ ଅନୁଭୂତି ଭବନ କୁ ରାଜଯୋଗୀ ବି ଆର ସୁରଜ୍ ଜୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିବା ବେଳେ ଖଡିଆଳ ବିଧ୍ୟାୟକ୍ ଅଧିରାଜ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ତହସିଲଦାର ନରସିଂହ ଗଡ଼ବା ଅକ୍ଷୟ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପ୍ରମୁଖ ଯୋଗ ଦେଇଥିଲେ ଆତ୍ମା ପରମାତ୍ମା ର ମିଳନ ନେଇ ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟଟାବୁ ରୁ ଆସିଥିବା ରାଜଯୋଗୀ ବି ଆର ସୁରଜ୍ ଜୀ ଯୋଗ ଦେଇ ଜୀବନ, ମୃତ୍ୟୁ ଏବଂ ପୁନର୍ଜନ୍ମ , ବର୍ତ୍ତମାନ ବିଷୟ ନେଇ ସମୀକ୍ଷା କରିଥିଲେ। ଆତ୍ମହତ୍ୟା ଭଳି ନକାରାର୍ତ୍ମକ ଚିନ୍ତା ଏବଂ ଚେତନା ନେଇ ଯୁବ ପୀଢ଼ି ନିଜ ଜୀବନ ସହ ଖେଳ ଖେଳୁଛନ୍ତି। ଯାହାକି ମହାପାପ ଅଟେ।
ତେଣୁ ଶାନ୍ତି ର ଅନ୍ୱେଷଣ କରିବାକୁ ଯାଇ ସରଳ ନିଷ୍କପଟ ଜୀବନ ବିତାଇଲେ ନିଶ୍ଚିତ ରୂପେ ସଫଳତା ମିଳିଥାଏ। ସମାଜ କୁ ପ୍ରେରଣା ସ୍ୱରୂପ ଗୋଟିଏ ପଥ ବନ୍ଦ ହେଲେ ଅନେକ ଦ୍ୱାର ଖୋଲି ଥାଏ। ସେହି ଦ୍ଵାର ଜୀବନରେ ନୂତନ ଆଶା ଓ ଆକାଂକ୍ଷା,ସଫଳତା ନେଇ ଆସିଥାଏ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।
ରାଜଯୋଗୀ ସୁମିତ ଜି, ରୁପେଶ ଜି, ଗୀତା ଦିଦି, ସ୍ଵିର୍ଯ୍ୟକାନ୍ତି ଦିଦି ଯୋଗ ଦେଇଥିଲେ।