-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ରାଜ୍ୟ

ଲାଠୋର ଅଞ୍ଚଳରେ ପୁଣି ଶିଶୁବିକ୍ରି, ଆନ୍ତଃରାଜ୍ୟ ଦଲାଲ୍ ଜରିଆରେ ଆନ୍ତର୍ଜାତୀୟ ରାକେଟ୍ ସମ୍ପୃକ୍ତି ସନ୍ଦେହ ! କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛନ୍ତି ଲୋକେ

15-Nov-2024



ଶିଶୁକନ୍ୟାଟିର ମାଆଙ୍କର ଏହା ୧୦ମ ଗର୍ଭ ଓ ତହିଁରୁ ଜୀବିତ ୫ ଟି ସନ୍ତାନଙ୍କ ମଧ୍ୟରେ ଏହି ଶିଶୁକନ୍ୟାଟି ୬ଷ୍ଠ । ସେମାନେ ଛୁଆଟିକୁ ପୋଷି ନପାରିବାରୁ ଦେଇ ଦେଇଥିବା ସଫେଇ ଦେଇଛନ୍ତି ।

■■■■■■■■          ■■■■■■■■

ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ୨ ତାରିଖରେ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସାନ ଗୁର୍ଜିଭଟା ପଡାପାଲିର ଜଣେ ମହିଳାଙ୍କର ଏକ ଶିଶୁକନ୍ୟା ଜନ୍ମ ହେବାପରେ ମାଆ ଓ ଶିଶୁ ସୁସ୍ଥ ଥିବାରୁ ଘରକୁ ଫେରି ଯାଇଥିଲେ । ସମ୍ପୃକ୍ତ ଆଶାକର୍ମୀ ତାଙ୍କୁ ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ନେଇ ପ୍ରସବ କରାଇବା ପରେ ପରଦିନ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିବାକୁ ସେମାନଙ୍କ ଘରକୁ ଯାଇଥିବା ବେଳେ ଶିଶୁଟି ନଥିବା ଦେଖି ପଚାରିବାରୁ ଶିଶୁର ମାଆ ଅରୁଣାବତୀ ନାଗ ଓ ବାପା ଅମୃତ ନାଗ ତା'କୁ ସେମାନେ ବରଗଡର ଜଣେ ସମ୍ପର୍କୀୟଙ୍କୁ ଦେଇ ଦେଇଥିବା ଶିଶୁର ମାଆ  କହିଥିଲେ । ତେବେ କାହାକୁ ନ ଜଣାଇ କାହାକୁ କିପରି ଦେଲ ବୋଲି ପଚାରିବାରୁ ସେମାନେ ତାଙ୍କର ନାଁ' ଗାଁ' କହି ନଥିଲେ ।  ସନ୍ଦେହ ହେବାରୁ ଆଶାକର୍ମୀ ଜଣକ ସାନଗୁର୍ଜିଭଟାର ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇଥିଲେ ଓ ସେମାନେ ଏ ସମ୍ପର୍କରେ କଥା ପ୍ରଘଟ ହେବାରୁ ଘଟଣାର ୧୦ ଦିନ ପରେ ସୁପରଭାଇଜରଙ୍କୁ ଜଣାଇଥିବା ଓ ଖପ୍ରାଖୋଲ ମେଡିକାଲ ଅଫିସରଙ୍କୁ ଜଣାଇ ନଥିବା ଜଣାପଡିଥିଲା । ଏହା ଗତ ୧୨ ତାରିଖରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଖପ୍ରାଖୋଲ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡା ସୁରଜ କୁମାର ଦୀପ ଏସମ୍ପର୍କରେ ସାମ୍ବାଦିକମାନଙ୍କୁ ' ତା'ର ଘରଲୋକେ ତଦନ୍ତରେ ବାଧା ସୃଷ୍ଟି କରୁଥିବାରୁ ପୁଲିସ୍ ର ସହାୟତା ନେଇ ତଦନ୍ତ କରାଯିବ ବୋଲି କହିଥିଲେ । ଏହା ସହିତ ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା ମଧ୍ୟ ଲାଠୋର ସୁପରଭାଇଜର ବାସନ୍ତୀରାଣୀ ରଥଙ୍କ ଠାରୁ ସୂଚନା ପାଇବା ପରେ ବଲାଙ୍ଗୀର ଡିସିପିଓଙ୍କୁ ଚିଠି ଲେଖି ଜଣାଇଥିଲେ । ଏହାପରେ ଗତ ୧୩ ତାରିଖରେ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଡିସିପିଓ ଲକ୍ଷ୍ମୀ ସିଂ ଙ୍କ ନିର୍ଦ୍ଦେଶକ୍ରମେ  ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିକ୍ରମ ପଣ୍ଡା , ବସନ୍ତ ହରପାଲ ଓ ସିଡବ୍ଲୁସିର ସଦସ୍ୟା ଡା ସନ୍ଧ୍ୟାରାଣୀ ପଣ୍ଡା , ଏସ୍ ଲତା ଶ୍ରୀ ପ୍ରମୁଖ  ଅଧିକାରୀମାନେ ଯାଇ ଘଟଣାର ପ୍ରାଥମିକ ତଦନ୍ତ କରି ସନ୍ଦେହ ହେବାରୁ ଲାଠୋର ଥାନାରେ ଶିଶୁବିକ୍ରି ସନ୍ଦେହରେ ଏକ ଏତଲା ଦେଇଥିବା ପ୍ରକାଶ । 

ଏ ସମ୍ପର୍କରେ ସ୍ଥାନୀୟ କରୁଆଁଝର ସରପଞ୍ଚ ଜପସ୍ବିନୀ ସାହୁ ମଧ୍ୟ ଜାଣି ନଥିବା ଓ ଘଟଣା ସମ୍ପର୍କରେ ଜାଣିବାପରେ ଏହା ଦୁଃଖଦାୟକ ଓ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି । ତେବେ ଅଦ୍ୟାବଧି ଏହା ଶିଶୁବିକ୍ରି ନା ସେମାନେ ଶିଶୁଟିକୁ କାହାକୁ ଦାନ କରିଦେଇଛନ୍ତି , ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏହା ଶିଶୁବିକ୍ରି ବୋଲି  ଅଞ୍ଚଳରେ ଯୋର୍ ଦାର୍ ଚର୍ଚ୍ଚା ହେଉଛି । 

ତେବେ ଶିଶୁଟିର ବାପା ସମ୍ମୁଖକୁ ଆସୁ ନଥିବା ସହିତ ମାଆ କହିଛନ୍ତି ଯେ , ସେମାନେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବାବେଳେ ସେଠାରେ ଶିଶୁଟିକୁ ନେଇଥିବା ଲୋକ ସହ ସମ୍ପର୍କ ହୋଇଥିଲା ଓ ସେମାନେ ତାଙ୍କର ନାଁ' ଗାଁ' ଜାଣନ୍ତିନାହିଁ । ସେମାନେ ଶିଶୁଟିକୁ ନେବାକୁ ଏକ ବୋଲେରୋ ଗାଡିରେ ୪/୫ ଜଣ ମହିଳା ଓ ପୁରୁଷ ତାଙ୍କ ଘରକୁ ଆସିଥିଲେ । କେତେକ ଗ୍ରାମବାସୀ  ମଧ୍ୟ ଏହା ଦେଖିଥିବା ଓ ସେମାନେ ଫୁସୁର୍ ଫାସୁର୍ ହେଇ ଶିଶୁଟିକୁ ନେଇ ଚାଲିଯାଇଥିଲେ ବୋଲି କହିଛନ୍ତି । ତେବେ ୩ ଦିନ ମଧ୍ୟରେ ସେ ଶିଶୁକନ୍ୟାଟିକୁ ଫେରାଇ ଆଣିବେ ବୋଲି ସିଡବ୍ଲୁସି ଓ ଡିସିପିୟୁର ଅଧିକାରୀଙ୍କ କହିବାମତେ ତାଙ୍କଠାରୁ ଅଣ୍ଡର୍ ଟେକିଂ ଲେଖାଇ ତାଙ୍କର ସ୍ବାକ୍ଷର ବା ଟିପଚିହ୍ନ କରାଇ  ନିଆଯାଇଥିବା ପ୍ରକାଶ । ତେବେ ସେମାନେ କେଉଁଦିନ ଶିଶୁଟି ଜନ୍ମ ହେଲା ଓ ତାଙ୍କ ଘରର ଠିକଣା କାହାଠାରୁ ସେମାନେ ପାଇଥିଲେ , ଏହା ଜଣାପଡ଼ିନାହିଁ ।  ଏସବୁଥିରୁ ସମସ୍ତ ଘଟଣାଟି ସନ୍ଦେହଜନକ ମନେହେଉଛି । 

ଉଲ୍ଲେଖଯୋଗ୍ଯ ଯେ , କିଛିଦିନ ତଳେ କୋମନା ଅଞ୍ଚଳର ଏକ ୫ ବର୍ଷର ବାଳକ ଜଣେ ମହିଳା ଓ ଜଣେ ପୁରୁଷ ସହ ଲାଠୋର ହାଟକୁ ଆସି ନିଖୋଜ୍ ହୋଇଯାଇଥିଲା । ପରେ ଥାନାରେ ଅଭିଯୋଗ ହେବାରୁ କୋମନା ପୁଲିସ୍  ଶିଶୁଟିକୁ ହାଇଦ୍ରାବାଦରୁ ଉଦ୍ଧାର କରିଥିଲା । ଏହାକୁ ଶିଶୁବିକ୍ରି ନୁହେଁ ବୋଲି ସଫେଇ ଦିଆଯାଇଥିଲା । 

ସେହିପରି ଗତ ସେପ୍ଟେମ୍ବର ୨୬ ତାରିଖରେ ଟିଟିଲାଗଡ ଉପଖଣ୍ଡ ସରକାରୀ ହାସପାତାଳର ଏମ୍ ଏଚ୍ ସିରୁ ହାଟପଦାପଡାର ଜଣେ ବିଧବାମହିଳାଙ୍କୁ ସ୍ଥାନୀୟ ଆଶାକର୍ମୀଙ୍କ ଦ୍ବାରା ଆଣି ପ୍ରସବ ନିମନ୍ତେ ଭର୍ତ୍ତି କରାଯିବା ପରେ ଆଶାକର୍ମୀ ଜଣକ ମହିଳାଙ୍କ ସ୍ବାମୀଙ୍କ ଜାଗାରେ ନିଜସ୍ବାମୀଙ୍କର ନାଁ' ଲେଖାଇବାରୁ ଓ ଦୁଇଦିନ ଧରି ଛତିଶଗଡ ଅଞ୍ଚଳର ଜଣେ ଅଜଣାବ୍ୟକ୍ତି ହସ୍ପିଟାଲ ପରିସରରେ ନବଜାତ ଶିଶୁପୁତ୍ରଟିକୁ ନେବାକୁ ଜଗିରହି ଶେଷ ମୁହୂର୍ତ୍ତରେ ଶିଶୁଟିକୁ କିଣିବାକୁ ମୂଲଚାଲର ଆଭାସ ପାଇବାରୁ ହସ୍ପିଟାଲ ପକ୍ଷରୁ ସନ୍ଦେହ ହେବାରୁ ରାଜ୍ୟ ଚାଇଲ୍ଡ ଲାଇନ୍ କୁ ଖବର ଦିଆଯାଇଥିଲା । ରାଜ୍ୟ ଚାଇଲ୍ଡ ଲାଇନ୍ ର ହସ୍ତକ୍ଷେପ ପରେ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ  ସ୍ଥାନୀୟ ଟିଟିଲାଗଡ ଥାନାରୁ ପୁଲିସ୍ ସହାୟତା ମଗାଯାଇ ଚଢାଉ କରାଯାଇ ମାଆ ଓ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଘଟଣାରେ ସନ୍ଦିଗ୍ଧ ଆଶାକର୍ମୀଙ୍କ ସହ ସେମାନଙ୍କୁ ବଲାଙ୍ଗୀର ଅଣାଯାଇ ସିଡବ୍ଲୁସିରେ ହାଜର କରାଯାଇ ଆଶାକର୍ମୀଙ୍କୁ ଛାଡିଦିଆଯିବା ସହ ମାଆ ଓ ଶିଶୁକୁ ବଲାଙ୍ଗୀର ପ୍ୟାଲେସ୍ ଲାଇନ୍ ରେ ଥିବା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ( ସା ) ରଖାଯାଇଛି । ଏସମ୍ପର୍କରେ ଉକ୍ତ ଶିଶୁପୁତ୍ରଟିକୁ ଅଢେଇଲକ୍ଷ ଟଙ୍କାରେ ଓ ପୁତ୍ରସନ୍ତାନ ହୋଇଥିବାରୁ ଅଧିକ ଦାମ୍ ରେ ବିକ୍ରି କରାଯିବାକୁ ମସୁଧା ହୋଇଥିବା ଡିସିପିୟୁ ପକ୍ଷରୁ କୁହାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଏହାର କିଛିମାସ ତଳେ ସେଇ ଟିଟିଲାଗଡ ହାଟପଦାପଡାରେ ଆଉ ଏକ ଶିଶୁବିକ୍ରି ଘଟଣାରେ ଶିଶୁର ନିଜ ବାପ ଗିରଫ ହୋଇଥିଲା । ଏହା ସେହି ଅଞ୍ଚଳର ତୃତୀୟପିଲାବିକ୍ରି ଘଟଣା ବୋଲି ଲୋକେ କହିଥିଲେ । ତେବେ ତାହାକୁ ପୁଲିସ୍ ସହାୟତାରେ ଉଦ୍ଧାର କରାଯାଇଥିଲେ ହେଁ , ଟିଟିଲାଗଡ ଥାନାରେ ମାମଲା ଋଜୁ କରିବାକୁ ପୁଲିସ୍ ପ୍ରଥମେ କୁଣ୍ଠିତ ହେଉଥିବା ଓ  ପୁଲିସ୍ ନିଜ ପକ୍ଷରୁ ମାମଲା ଋଜୁ କରୁ ବୋଲି ଡିସିପିଓ ଏଡାଇ ଯାଉଥିବା ବେଳେ ଶେଷରେ ଗଣମାଧ୍ୟମର ଚାପରେ ଡିସିପିଓଙ୍କ ଏତଲାକ୍ରମେ ଥାନାରେ ଏକ ମାମଲା ଋଜୁ କରାଯାଇଥିବା ପ୍ରକାଶ । 

ତେବେ ସବୁଠାରୁ ଯାହା ଗୁରୁତର ଅଭିଯୋଗର ସଂକେତ ମିଳିଛି , ତାହା ହେଉଛି , କେତେକ ଶିଶୁଙ୍କୁ ବିଦେଶରେ ପୋଷ୍ୟ ସନ୍ତାନ ଭାବରେ ଦେବା ପଛରେ କେତେକ ଅଧିକାରୀଙ୍କର ଅବୈଧ ଡିଲ୍ । ଅନ୍ୟକେହି ନୁହେଁ , ଜଣେ ସିଡବ୍ଲୁସି ସଦସ୍ୟା ଜଣଙ୍କ ଆଗରେ ଏହି ସୂଚନା ଦେଇ କହିଥିଲେ ଯେ , ଏଭଳି କାରବାରରେ ମିଲିଅନ୍ସ ଟଙ୍କାର ଆନ୍ତର୍ଜାତିକ ଶିଶୁବିକ୍ରି ଚାଲିଛି ଓ ଏଥିରେ ଜଣେ ଅଧିକାରୀଙ୍କର ହାତ ରହୁଛି ।  ସେତେବେଳେ ଉଦ୍ଧାର କରାଯାଇଥିବା ୫୪ ଜଣ ଶିଶୁଙ୍କ ଷ୍ଟାଟସ୍ ସିଡବ୍ଲୁସି ପକ୍ଷରୁ ଡିସିପିଓଙ୍କୁ ମଗା ଯାଇଥିଲା ଓ ଏଥିପାଇଁ ଜିଲ୍ଲାପାଳଙ୍କ ଜରିଆରେ ଉଭୟ ସଂସ୍ଥା ମଧ୍ୟରେ ବିବାଦ ମଧ୍ୟ ଆରମ୍ଭ ହୋଇଥିବାର ଆଭାସ ମିଳିଥିଲା ଯଦି ଏହା ସତ୍ୟ ହୁଏ , ସାଙ୍ଘାତିକ୍  ! 

ସମ୍ପର୍କରେ ଆମ ପକ୍ଷରୁ ଡିସିପିଓଙ୍କ ସହିତ ଆଲୋଚନା କରାଯାଇଥିଲା । ଯଦିଓ ସେ ଏଠାରେ ଏଭଳି ସମ୍ଭାବନାକୁ ଅସ୍ବୀକାର କରିଥିଲେ । 

ସେ ଯାହେଉ , ଏଇ ଶିଶୁବିକ୍ରି ଘଟଣାରେ ଆନ୍ତଃରାଜ୍ୟ ଦଲାଲ୍ ଙ୍କର ହାତ ଥିବା ସନ୍ଦେହ କ୍ରମେ ଦୃଢୀଭୂତ ହେବାରେ ଲାଗିଛି । ଏହି ସଦ୍ୟତମ ଶିଶୁବିକ୍ରି ସନ୍ଦେହ ବା ଅଭିଯୋଗଟି ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ଓ ସେ ଏବେ ଦାଦନ ସମସ୍ୟାର ନିରାକରଣ ପାଇଁ ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ରହିଥିବାରୁ ମାମଲାର ଗୁରୁତ୍ୱ ବଢିଯାଇଛି । ଏଣୁ ସରକାର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ବା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଲୋକେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like