-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
ରେଢ଼ାଖୋଲ(ଅନିଲ ପୃଷ୍ଟି ) ଗୋଟିଏ ଛେଳି ଜନ୍ମ ଦେଇଛି ମଣିଷ ମୁହଁ ଆକୃତିର ଛେଳି ଛୁଆ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତର ମାରୁଆଡ଼ିମୁଣ୍ଡା ଗ୍ରାମରେ । ଗତ ୪ ତାରିଖ ସକାଳେ ଗ୍ରାମର ମାହାର ସାହିର ଗୋବିନ୍ଦ ମାହାରଙ୍କ ଘରେ ତାଙ୍କର ଛେଳି ଏପରି ଏକ ଛୁଆ ଜନ୍ମ ଦେଇଛି। ଯାହାର କି ମୁହଁଟି ଅବିକଳ ମଣିଷ ଛୁଆ ମୁଁହ ପରି ଦେଖା ଯାଉଥିବା ବେଳେ ୪ ଟି ଗୋଡ଼ ରହିଛି। ଏହା ଜଣା ପଡିବା ପରେ ଏହି ଅଦ୍ଭୁତ ଛେଳି ଛୁଆକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ହୋଇଥିଲା। ତେବେ ଛେଳିଟି ମୃତ ଛୁଆକୁ ଜନ୍ମ ଦେଇଥିଲା ଏବଂ ପରେ ମାଲିକ ମୃତ ଛେଳି ଛୁଆକୁ ମାଟିରେ ପୋତି ଦେଇଥିବା ଜଣାପଡିଛି ।