-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

“ଭୀମପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ର

04-Nov-2024



ଦେଓଗାଁ(ପ୍ରେରଣା ଖବର):  ବଲାଙ୍ଗୀର ଜିଲ୍ଲାର ଐତିହ୍ୟସ୍ଥଳୀ ଭୀମଡୁଙ୍ଗୁରୀଠାରେ ଐତିହ୍ୟ ଓ ସଂସ୍କୃତିର ଗବେଷଣା ପାଇଁ ଏକ ସଂସ୍କୃତିବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଆଜି ଭୀମଡୁଙ୍ଗୁରୀଠାରେ ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ “ଭୀମପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ସଂସ୍କୃତି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକଭାବରେ ସଂସ୍କୃତି ଓ ଭାଷା ଗବେଷକ ଗୁରୁଜୀ ଡ.ଦୋଳଗୋବିନ୍ଦ ବିଶି,ଡ.ସଂଜୟକୁମାର ମିଶ୍ର ଓ ରାଜୀବ ସଗରିଆ ଯୋଗଦେଇଥିଲେ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରାଜୀବ ସଗରିଆ ଆମ ଅଞ୍ଚଳ ପାହାଡ ସଂସ୍କୃତି ଉପରେ କହିଲେ ଯେ,ଆଦିମ ଯୁଗରୁ ମଣିଷ ପାହାଡ ଓ ଜଙ୍ଗଲରେ ବସବାସ କରିଆସିଛି । ଆଦିମଜନଜାତିମାନେ ପାହାଡଡଙ୍ଗରକୁ ସେଥିପାଇଁ ପୂଜା କରି ପରିବେଶର ସୁରକ୍ଷା କରିଆସିଛନ୍ତି । ଆଦିବାସୀଙ୍କ ମୂଳଦେବତା ଭୀମାବୁଢାର ଅନେକ ଇତିହାସ ରହିଛି । ସେଥି ମଧ୍ୟରୁ ଭୀମପାହାଡ ଅନ୍ୟତମ । ଭୀମାବୁଢାର ଇତିହାସ ସହିତ  ଭୀମପାହାଡର ସାମଞ୍ଜସ୍ୟ ରହିଛି । ତେଣୁ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ । ବଲାଙ୍ଗୀର ଜିଲ୍ଲାର ପ୍ରତ୍ୟେକ ପାହାଡର ଏକ ବୀରଗାଥା ରହିଛି । ଭୀମଡୁଙ୍ଗୁରୀରେ ଧରମସିଂମାଝୀ ମାନଧାତା,ରେଣ୍ଟୋ ମାଝୀ ଓ ଚକରା ବିଶୋଇଙ୍କ ଇତିହାସ ରହିଛି । ସେହିପରି ମୁଙ୍ଗେ ପାହାଡରେ ସହିଦ ମୋହନ ମାଝୀଙ୍କ ଇତିହାଦ ଯୋଡି ହୋଇ ରହିଛି । ତେଣୁ ଏହାକୁ ଉଦଜିବିତ କରିବାର ସମୟ ଆସିଛି । ଠିକ ସେହିପରି ଡ.ସଂଜୟକୁମାର ମିଶ୍ର ବଲାଙ୍ଗୀର ଜିଲ୍ଲାର ପାହାଡ ସାଂସ୍କୃତିକୁ ନେଇ ଆଲୋଚନ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଧନଠୁ ନେଇ  ଭୀମଡୁଙ୍ଗୁରୀ ପର୍ଯ୍ୟନ୍ତ ସବୁଠି ଏତିହ୍ୟ ଭରିରହିଛି । ଆମେ ତାର କେବଳ ସୁରକ୍ଷା କରିବା ସହ ଏହାର ଇତିହାସକୁ ପୁନଃର୍ଜିବିତ କରିବାର ଆବଶ୍ୟକତା ରହିଛି । ଆଜି ବିକାଶ ନାମରେ ଐତିହ୍ୟ,ସଂସ୍କୃତିକୁ ଖତମ କରିଦେଇ ବିଭିନ୍ନ ପାହାଡ ପର୍ବତରେ ଖଣି ଖନନ କରି ଧ୍ୱଂଶ କରୁଦେଉଥିବା ଘଟଣାକୁ ନେଇ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିଥିଲେ ଓ ଏହାର ସୁରକ୍ଷା ଆଗାମୀ ପିଢି ହାତରେ ରହିଛି ବୋଲି କହିଥିଲେ । ଡ.ଦୋଳଗୋବିନ୍ଦ ବିଶି ଆଲୋଚନ କରିବାକୁ ଯାଇ କହିଲେ ଯେ,ତେଳନଦୀ ଅବବାହିକାରେ ଅନେକ ଉନ୍ନତ ସଭ୍ୟତା ଥିବାର ପ୍ରମାଣ ମିଳିଛି । ବଲାଙ୍ଗୀର ବିଭିନ୍ନ ପାହାଡ ପର୍ବତରେ ଥିବା ରେଖାଚିତ୍ର,ତନ୍ତ୍ରଚକ୍ର ଓ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କଲେ ଏଠାରେ ପ୍ରାଗଐତିହାସିକ ଯୁଗର ଇତିହାସ ରହିଆସିଛି । ଆଦିବାସୀଙ୍କ ଭୀମାଦେବତାର ଏକ ବିଶାଳ ଇତିହାସ ରହିଛି  ସେହି ଇତିହାସ ଭୀମଡୁଙ୍ଗୁରୀ ସହିତ ଜଡିତ ରହିଛି । ରାଣୀପୁରଝରିଆଳ,କୁମୁଡା ସହ ଭୀମଡୁଙ୍ଗୁରୀର ଐତିହ୍ୟ ଗବେଷଣାର ଆବଶ୍ୟକତା ରହିଛି । ଭୀମଡୁଙ୍ଗୁରୀର ଐତିହ୍ୟ ଓ ସଂସ୍କୃତି ସହିତ ଆମ ଅଞ୍ଚଳର ଅନ୍ୟାନ୍ୟ ଐତିହ୍ୟସ୍ଥଳୀର ଗବେଷଣା ଠିକରେ ହୋଇପାରୁନାହିଁ । ଜାଣିଶୁଣି ଆମ ଅଞ୍ଚଳକୁ ଉପେକ୍ଷା କରାଯାଉଛି ବୋଲି ଡ.ବିଶି କହିଥିଲେ । ତେଣୁ ଭୀମଡୁଙ୍ଗୁରୀରେ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଗବେଷକଗଣ ମତ ଦେଇଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ କିଶୋରକୁମାର ସାହୁ ଓ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଞ୍ଚାସୀନ ଥିଲେ । ଏହି ଆଲୋଚନାଚକ୍ରରେ ଆଞ୍ଚଳିକ ମହାବିଦ୍ୟାଳୟ ଉପରଝର,ଗୌରଗୋଠ ଡିଗ୍ରୀକଲେଜ,ଜରାସିଂହା କଲେଜ,ମହିମୁଣ୍ଡା କଲେଜ, କଣ୍ଟାବାଞ୍ଜି କେଭି କଲେଜର ଅଧ୍ୟାପକ ଓ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀଙ୍କୁ ମେମେଣ୍ଟୋ ଦେଇ ସମ୍ମାନୀତ କରାଯାଇଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like