-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Nov-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ।ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗା ଯାଉଛି।ପାଇକମାଲ ବଜାରରେ କିଛି ଦୋକାନରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ।ବୟସ୍କ ମାନଙ୍କୁ ବେଶୀ ମଜୁରୀ ଦେବାକୁ ପଡୁ ଥିବାରୁ ଦୋକାନୀ ମାନେ ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରୁଛନ୍ତି।କୌଣସି ପ୍ରଶାସନିକ ଅଧିକାରୀ ଓ ପୋଲିସର କିପରି ନଜରକୁ ଆସୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।